STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଉତ୍କଳ ଗୌରବ ସ୍ମରଣେ

ଉତ୍କଳ ଗୌରବ ସ୍ମରଣେ

1 min
183

ଜାତି ନନ୍ଦିଘୋଷେ ସାରଥୀ ସାଜିଲ

 ସ୍ୱାର୍ଥ ଠାରୁ ରହି ଦୂରେ

କୋଟି ଓଡିଆଙ୍କ ମନ କିଣି ନେଲ

 ଜନମି ଆଜି ଦିନରେ।


ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ କି

 ସାଜିଲ ମୁଖ୍ୟ ସାରଥୀ

ଓଡ଼ିଆ ଭାବରେ ହୋଇଲୁ ଗର୍ବିତ

 ଦେଖି ତୁମ ଜାତି ପ୍ରୀତି।


ପୂଣ୍ୟ ଏ ଉତ୍କଳ ହୋଇ ଅଛି ଧନ୍ୟ

 ତୁମ ସମ ସୁତ ପାଇ

ଯାବତ ସୂର୍ଯ୍ୟ ଚନ୍ଦ୍ର ଥିବେ ଗଗନରେ

 ତୁମ୍ଭ କୀର୍ତ୍ତି ଭୁଲି ନୋହିଁ।


ଆଉଥରେ ଜନ୍ମ ନିଅ ମଧୁବାବୁ

 ଆସି ଏ ଉତ୍କଳ ଧାମେ

ତୁମ ଜାତି ପ୍ରୀତି ଆଉ ଭାଷା ପ୍ରୀତି

 ବିତର ଓଡ଼ିଶା ଭୂମେ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational