STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଉତ୍କଳ ଦିବସ

ଉତ୍କଳ ଦିବସ

1 min
214


ଆଗକୁ ଆସୁଛି ଅପ୍ରେଲ ପହିଲା 

ସ୍ୱତନ୍ତ୍ର ଉତ୍କଳ ଦିନ 

ପ୍ରଦେଶ ଓଡ଼ିଶା ଭାଷା ସୁମହତ୍ୱ

 ଗୈ।ରବ ହେଉ ସ୍ମରଣ ।


ଓଡ଼ିଶା ମାଟିର ମହକ ସୁବାସ

ମହାପ୍ରଭୁ ଜଗନ୍ନାଥ

ଓଡ଼ିଶୀ ସଙ୍ଗୀତ ଗୋଟିପୁଅ ନୃତ୍ୟ

ବାରମାସେ ତେର ଯାତ ।


ବଞ୍ଚିରହୁ ଆମ ମହାନ ସଂସ୍କୃତି

ସୁସମୃଦ୍ଧ ହେଉ ଭାଷା

ଏହି ଦିବସର ମହାନ ସ୍ମୃତିରେ

ଜାଗୁ ପ୍ରାଣେ ଅନୁଚିନ୍ତା ।


କହିବା ଓଡ଼ିଆ ଲେଖିବା ଓଡ଼ିଆ

ଓଡ଼ିଆ ତ ମାତୃଭାଷା

ସରସ ସୁନ୍ଦର ମଧୁ ବର୍ଣ୍ଣବୋଧ

ସହଜ ଓଡ଼ିଆ ଶିକ୍ଷା ।


ଓଡ଼ିଆ ଅକ୍ଷର ବହୁତ ସୁନ୍ଦର

ନଡ଼ିଆ ପରିକା ଗୋଲ

ସାହିତ୍ୟ ପୁରାଣ ରସ ଭରପୁର

ବ୍ୟାକରଣ ଭାରି ଭଲ ।


ଅବନା ଅକ୍ଷର ଫଳା ମାତ୍ରା କାର

ଓଡ଼ିଆର ଯୁକ୍ତାକ୍ଷର

ଶିଖିବା ଉଚିତ ନିଜ ମାତୃଭାଷା

ନିର୍ଭୁଲ ହୋଇବା ଭଲ ।


ଛାନ୍ଦ ଚଉପଦୀ ଭଜନ ଜଣାଣ

କେତେ ଗପ ଗୀତ କଥା

ସୁସମୃଦ୍ଧ ଅଟେ ଓଡ଼ିଆ ସାହିତ୍ୟ

ମାନ୍ୟ ତାର ଶାସ୍ତ୍ରୀୟତା ।


ରହିବା ଯେଉଁଠି କହିବା ସେ ଭାଷା 

କରିବା ତାର ଆଦର

ଓଡ଼ିଶା ମାଟିରେ ଓଡ଼ିଆ କହିବା

 ନିହାତି ତ ଦରକାର ।


ବହୁଭାଷା ଜ୍ଞାନ ନୁହଁଇ ଖରାପ

ଅଧିକନ୍ତୁ ଅଟେ ଭଲ

ଜ୍ଞାନୀ ଗୁଣୀ ଲୋକେ ସ୍ୱମାତୃଭାଷାକୁ 

ଦିଅନ୍ତି ଅଗ୍ରାଧିକାର । 


ଲେଖିବା କହିବା ପଢିବା ଓଡ଼ିଆ 

ରହିବା ସଦା ସଜାଗ

ଉଠାଇବା ସ୍ୱର ଭାଷା ସମ୍ବର୍ଦ୍ଧନେ

ବଢିବ ଭାଷା ସମ୍ମାନ ।


ମାଆ ମାତୃଭୂମି ଆମ ମାତୃଭାଷା

ଅମୂଲ୍ୟ ରତ୍ନ ଅନନ୍ୟ

ଆସ କୁନାକୁନୀ ସେବାରେ ତାଙ୍କର

ଢାଳି ଦେବା ମନ ପ୍ରାଣ ।



Rate this content
Log in

Similar oriya poem from Inspirational