STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ଉଷା ବିନତି

ଉଷା ବିନତି

1 min
13.5K



ସକାଳୁ ଉଠି ମୁଁ ପ୍ରଣତୀ ଜଣାଏ

ଧରଣୀରେ ମଥା ନଇଁ,

କୋଟି ବ୍ରହ୍ମାଣ୍ଡର ଉଜ୍ଜ୍ୱଳ କରତା

ଜଗନ୍ନାଥ ପାଦେ ରହି।

ଉଷାର ଆଲୋକେ ଧରା ଆଲୋକିତ

କରନ୍ତି ତପନ ସାଇଁ,

ଧନୀ କି ଗରିବ,ପାପୀ ଅବା ତପୀ

ବାଛବିଚାର ନ ଥାଇ।

ହସିହସାଇ ସେ ସାଉଁଟି ନିଅନ୍ତି

ଆପଣା ସନ୍ତାନ ଭାବି,

ନୀରସରେ ପୂର୍ଣ୍ଣ ରସ ଭରିଦ୍ୟନ୍ତି ଦିଅନ୍ତି ଶାନ୍ତିର ଚାବି।


ପ୍ରତିଟି ସ୍ପନ୍ଦନେ ତାଙ୍କ ଦାନ ଭରେ

ଅମୂଲ ମୂଲ ସେ ଦାନ,

ପ୍ରଣାମ ଘେନ ହେ ବିଶ୍ୱପ୍ରାଣ ନିଧି

ମନସ୍କାମ କର ପୂର୍ଣ୍ଣ।

ମଧୁମୟ କର ସବୁରି ହୃଦୟ

ମଧୁରେ ମଧୁରାୟିତ,

ହସି ଉଠୁ ଆଜି ଶଶାଗରା ଧରା

ଗାଉ ପ୍ରେମର ସଙ୍ଗୀତ।


ପ୍ରଣତି ମହାପାତ୍ର

ବାଲେଶ୍ଵର


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Inspirational