STORYMIRROR

Laxminarayan Sahoo

Inspirational

3  

Laxminarayan Sahoo

Inspirational

ଉସନାଖି ଆର୍ ନାଇନ ପୁତା

ଉସନାଖି ଆର୍ ନାଇନ ପୁତା

1 min
83

ଉସନାଖି ଆର୍ ନାଇନ ପୁତା

ସବୁ ସେ ଖାଏଲା ।

ଯେ ଦିନେ କଥା କହୁଥିଲା

ଆର୍ ଦିନାଦୁ ଗଲେ ସେ କଥାନି ହଇ ଯିବା।


ସପଟା କପଡ଼ା ଖଁଡେ ଗୁରେହି ହଇ

ମଯୁର୍ ଝାଲି କେରେ ଖୁଚି ହଇ

ଘର୍ କନଟାକୁ ପଡିଚେ ବୁପରା 

କେଭେ କେନ୍ତା ଅଧ୍ ରାତିରେ

ତାର୍ ତାର୍ ବାଜୁଥିସି

ସମାରୁର୍ ନିଦ୍ ଭାଁଗି ଯାଏସି

ଉଠିପଡି ତାର୍ ଢୋଲ୍ କେ ଟିକେ

ପୁଛି ପକାସି ।


ସୁର୍ ପକାସି ମଚାନ୍ କେ

କେଲାର୍ ବିନ୍ ବାଜଲେ

ବିନୁଆଁ ଭିତରୁ ନାଗ୍ ସାଁପ୍ ବାହାରଲା ଲେଖାନ୍

ତାର୍ ଢୋଲ୍ ଗଜ୍ ଗଜାଲେ

କେନ୍ତା ଟୁକେଲ୍ ମାନେ

ନାଚି ଲହଁପି କୁଦି ଆଏସନ୍ ।


କାଁ କରବା ସମାରୁ

ନିଶା ଗଲା ପେଷା ବି ଗଲା

ଚାର୍ହି ହାତ୍ ଗୋଡ୍ ବଁଧା

ଚାର୍ହି ଦିଗ୍ ଅନ୍ଧାର୍ ।


ହାତ୍ କେ ଦୁଇ ହାତ୍ କର୍ବାର୍ ଲାଗି

ତାର୍ ମା' କାଣିଟେ କି କୁଜିଟେ 

ଟହଁକାଉଛେ ଯେ

କେନ୍ତି ହେବା କହତ !

ମାଁ ଭୁର୍ତାସି

ଉସନାଖି ଆର୍ ନାଇନ ପୁତା

ସବୁ ସେ ଖାଏଲା ।


ଆର୍ ସମାରି ....

ସେ ବି ମୁହୁଁମାଡି କରି ଶୁଇଛେ

ତାର୍ ସପଟା ପକା କପଟା

ଚାର୍ ଚଉତା ହଇ କରି 

ଅଡାରେ ଝୁଲୁଛେ ଯେ ଝୁଲୁଛେ

କତରିଆ ବଁଦରିଆ ଟାଡ୍ ବାହାସୁତା

ମଲଛେଇ ଗଲାନ ।


ସେ ବି ଶୁନସି

ରାତ୍ ଅଧିଆ

ଢୋଲ୍ ନିଶାନ୍ ତାସା ଝାଁଜ୍ ମୁହୁରିର୍ ଡାକରା

ଗୁଡେ ପଇଁରି ପିଁଧି

ଛମ୍ ଛମେଇ ଛମ୍ ଛମେଇ ନାଚି ପକାସି

ତାର୍ ମାଁ ଆସି

ତାର୍ ଝାଲ୍ ସରସର ଦିହିକେ

ସୁଆଁଲି ଆନସି 

କହେସି

ଭଲ୍ ବର୍ ଘର୍ ଟେ ଦେଖି

ତତେ ଛଁଦି ଦେବିରେ ପୁତା

ଉସନାଖି ଆର୍ ନାଇନ

ସବୁ ସେ ଖାଏଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational