STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

ଉପଯୋଗୀତା

ଉପଯୋଗୀତା

1 min
195

ଶରୀର ଧାରଣ ନୁହେଁ ଅକାରଣ 

ବିବେକ ବୁଦ୍ଧିକୁ ପ୍ରୟୋଗ କଲେ,

ନତୁବା ଶରୀର ହେବ କଷ୍ଟକର 

ମନ୍ଦ ଅଭ୍ୟାସରେ ପଡିଲେ ଭଲେ।


ବିବେକୀ ମଣିଷ ବୁଦ୍ଧିର ପ୍ରୟୋଗେ

ସରଳ କରିଥାଏ ତା ଜୀବନ,

ଅବିବେକୀ ପଣେ ସବୁ ଗଡ ଜିଣେ 

ସବୁକ୍ଷେତ୍ରେ ପାଏ ସେ ଅପମାନ।


ଓଠର ପ୍ରୟୋଗ ସତ କହିବାକୁ

ଅସତ୍ଯ କଥନ କରିଲେ ଜିଭ,

ସତ କଥା କହି ପ୍ରାଣ ପଛେ ଯାଉ

ଅସତ୍ଯେ ସର୍ବଦା ଉପୁଜେ କ୍ଷୋଭ। 


ଆଖିରେ ବସିଲେ ଦୟାଭାବ ଜାଣ

ସେ ଆଖି ଦେଖିଲେ କୁହଇ କଥା,

କୁଟିଳ ଚାହାଣୀ ମରମକୁ ବାଧେ

ସେ ଚାହାଣୀ କେବେ ବୁଝେନା ବ୍ଯଥା।


ହାତ ପାଇ ଯଦି ମଙ୍ଗଳ ନ କରେ

ଆଶୀର୍ବାଦ ଦେଇ ମୁଣ୍ଡରେ ହାତ,

ପରୋପକାରରେ ହାତ ଟେକିଦେଲେ

ସେ ହାତର ଥାଏ କେଉଁ ମହତ ।


ମୁଖମଣ୍ଡଳରେ ହସ ନ ଫୁଟିଲେ 

ବିଷର୍ଣ୍ଣ ବଦନ ତାହାକୁ କହି,

କୁଟୀଳ ହସରେ ମନ ଜଳିଯାଏ 

ସ୍ମିତ ହସ ନିଏ ମନକୁ ମୋହି ।


ହୃଦୟରେ ଯଦି ପ୍ରେମଭାବ ନାହିଁ

ସେ ହୃଦୟେ କାହୁଁ ଦେବତା ବାସ,

କଠୋର ମନକୁ ହୃଦୟ ନିର୍ମଳ

ସିଏ ଗଢେ ସୁନ୍ଦର ପରିବେଶ।


ବୃଥା ଚିନ୍ତନରେ ମନଯୋଗ ଦେଲେ

ରହିଥାଏ ମନେ ସର୍ବଦା ଭୟ,

ଚିନ୍ତନରେ ବସାଇଲେ ଚୈତନ୍ଯକୁ

ବିଭୁ ପାଦପଦ୍ମେ ତାର ଆଶ୍ରୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational