ଉପକାରୀ ଫଳ: କଦଳୀ
ଉପକାରୀ ଫଳ: କଦଳୀ


କଦଳୀ ପତର ନହନହକା,
ତା'ଫଳ ବିକିଲେ ମିଳଇ ଟଙ୍କା ।
କଞ୍ଚା ଓ ପାଚିଲା ଖାଆନ୍ତି ସବୁ,
ଫଳ କି ପରିବା ଜାଣିଛ ବାବୁ?
କଦଳୀରେ ଅଛି ଲୌହ ସାର,
ଖାଇଲେ ସବଳ ହେବ ଶରୀର ।
ସବୁରି ପୂଜାରେ କଦଳୀ ଆଗ,
ଶିବଙ୍କ ପାଖରେ ଲାଗଇ ଭୋଗ।
କଦଳୀ ଗଛରେ ହୁଏ ତୋରଣ,
ବାହା ବେଦୀ ଅବା ପୂଜା ପାର୍ବଣ।
କଦଳୀ ଗଛର ଆମୂଳଚୁଳ,
ସବୁ ଦରକାରୀ ନୁହେଁ ନିଷ୍ଫଳ ।
କଦଳୀ ପତର ଆକାରେ ବଡ,
ଭୋଜନ ସକାଶେ କର ଯୋଗାଡ।
ଜ୍ଯେଷ୍ଠେ କଦଳୀ ଆଷାଢେ କିଆ,
ପୋତ କି ନପୋତ ହୁଅଇ ଠିଆ।