STORYMIRROR

Anam Charan Sahoo

Inspirational

5.0  

Anam Charan Sahoo

Inspirational

ଉପକାରୀ ବୃକ୍ଷ

ଉପକାରୀ ବୃକ୍ଷ

1 min
13.8K


ଶୁଣ ମୋର ଧନ ହେ ରଙ୍କରତନ

ତୁମ ପାଶେ କରେ ଅଳି

ଏ ସବୁଜ ବନ ସୁଷମା ସମ୍ଭାର

ଦିଅନାହିଁ ବାବୁ ଦଳି।

ବରଷାକୁ ଡାକି ଜଳ ଦିଏ ଭରି

ଜୀବନ ରଖେ ତୋହର

ମାଟିକୁ ଜାବୁଡ଼ି ଧରି ରଖେ ବୋଲି

ମୃତ୍ତିକା ରହେ ଉର୍ବର

ଅଙ୍ଗାରକାମ୍ଳର ବିଷ କରି ପାନ

ହୁଏ ତୋ ଗଳାର ମାଳି।

କଳକାରଖାନା ଗାଡି ମଟରର

ଜହର କରେ ପୀୟୂଷ

ଗ୍ରୀଷମ କାଳରେ ବାଟୋଇ ଭାଇନା

ଛାଇ ପାଇ ହୁଏ ତୋଷ

ଝଡ ତୋଫାନକୁ ଅଟକାଏ ପରା

ଜୀବନ ତା ଦେଇ ବଳି।

ପଶୁପକ୍ଷୀ ମାନେ ରହି ତା କୋଳରେ

ସୁଖରେ କାଟନ୍ତି ଦିନ

ଫୁଲ ଫଳ ଚେର ଯୋଗାଇ ସକଳ

କରେ ନାହିଁ ଅଭିମାନ

ପ୍ରକୃତି ରାଣୀର ଦାନ ଯେ ମହାନ

କେ ପାରିବ ବାବୁ କଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational