STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ଉପହାର

ଉପହାର

1 min
14.1K


ଆକାଶୁ ଓହ୍ଲାଇ ଆସିଥିଲା ଆଜି ଦ୍ଵିତୀୟା ଜହ୍ନ

ଧାଡ଼ି ଧାଡ଼ି ନିଅନ୍ ଲାଇଟ୍ ଭିତରେ ବି

ଖୁବ୍ ଉଜ୍ଵଳ ଦିଶୁଥିଲା ତା' ଚେହେରା

ମୋ ସାଙ୍ଗରେ କେଇ ଘଡ଼ି

ସେ ବସିଲା, ହସିଲା ଆଉ ଖୁବ୍ ଗପିଲା...

ବଢାଇ ଦେଲି ପର୍କ ଚକୋଲେଟ୍ ଯେତେବେଳେ

ଖୁସିରେ ତାକୁ ବି ନେଇ ପାଖରେ ରଖିଲା...

ଗଲାବେଳେ ମୋ ଗାଲରେ

ଚୁମା ନୁହେଁ ମ !

ଏଇ ଭଉଁରୀଟାକୁ ଉପହାର ଦେଇ ଗଲା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance