Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଉପବାସ

ଉପବାସ

1 min
305



ସ୍ୱ।ସ୍ଥ୍ୟ ପାଇଁ ଭଲ ବ୍ରତ ଉପବାସ

ପାଳିବା ଧାର୍ମିକ ବିଧି

ନଷ୍ଟ ହୋଇଯାଏ ଦୂଷିତ କୋଷିକା

ଶରୀର ହୁଅଇ ଶୁଦ୍ଧି ।


ପାଳନ କରନ୍ତି ନିଷ୍ଠା କାଷ୍ଠା ବ୍ରତ

ଅଥବା ଆ°ଶିକ ଭାବେ

ଗ୍ରହଣ କରନ୍ତି କେହି କେହି ଜଳ

ହବିଷ୍ୟାନ୍ନ ଏକବେଳେ ।


ଏକାଦଶୀ ପରି ପବିତ୍ର ତିଥିରେ

ଗଣ୍ଡୁଷେ ଜଳ ତୁଳସୀ

ଶୁଦ୍ଧ ଚିତ୍ତମନେ ପାଳନ୍ତି ନିର୍ଜଳା

ଅବା ଫଳାହାର କରି ।


କ୍ରମାଗତ ଭାବେ ତିନିଦିନ ଯଦି

କରାଯାଏ ଉପବାସ

ପ୍ରାକୃତିକ ରୂପେ ଜୀବାଣୁ ଭୂତାଣୁ

ହୋଇ ଯାଇଥାନ୍ତି ନାଶ ।


ସୃଷ୍ଟି ହୋଇଥାଏ ଶରୀର ମଧ୍ୟରେ

ନୂତନ ଶ୍ୱେତ କଣିକା

ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୁଏ

ହୁଅଇ ମନ ହାଲୁକା ।


କଲେ ଉପବାସ ବୟବୃଦ୍ଧ ଲୋକେ

ମିଳଇ ଉତ୍ତମ ଫଳ

ହୁଏ ଚିତ୍ତ ଶୁଦ୍ଧି ବିକାର ଶୋଧନ

ରୁହଇ ମନ ପ୍ରଫୁଲ୍ଲ ।


କ୍ଷୁଧା ପ୍ରପୀଡ଼ିତ ଅନିଚ୍ଛାଜନିତ

ଅନାହାର ଉପବାସ

କ୍ଷୀଣ କରିଥାଏ ଆୟୂ ବଳ ତେଜ

ପ୍ରାଣକୁ କରେ ହତାଶ ।

  


Rate this content
Log in

Similar oriya poem from Inspirational