STORYMIRROR

BULU BEHERA

Inspirational Children

3  

BULU BEHERA

Inspirational Children

ଉମା ସୁତ ହର ପୁତ

ଉମା ସୁତ ହର ପୁତ

1 min
156

ଉମା ସୁତ, ହର ପୁତ

ବିଦ୍ୟାଦାତା ବିନାୟକ,

ଲମ୍ବୋଦର, ବିଘ୍ନେଶ୍ୱର

ଗଣେଶ, ଗଣନାୟକ l(1)


ଆହେ ମୂଷିକ ବାହାନ

ପ୍ରଭୁ ଗଉରୀ ନନ୍ଦନ,

ଭିକାରୀ ପରି ମାଗୁଛି

ଦିଅ ମୋତେ ବିଦ୍ୟାଦାନ l(2)


ମୂର୍ଖ ମାନଙ୍କର ଗୁରୁ

ଜାଣିନି ବିଦ୍ୟା ଜମାରୁ,

ଗୁରୁଙ୍କ ପରି ଶିଖାଇ

ତ୍ରାହିକର ଅଜ୍ଞାନରୁ l (3)


ସକାଳ ଓ ସାୟଂକାଳେ

ତୁମକୁ ଡାକେ ଆକୁଳେ,

ପ୍ରହଲ୍ଲାଦ ପରି ମୁହିଁ

ଭଜୁଥାଏ ସବୁବେଳେ l(4)


ଧ୍ରୁବ ପରି ଦିଅ ଜ୍ଞାନ

ଆହେ ପ୍ରଭୁ ଗଜାନନ,

ଏତିକି ତୁମ ପାଖରେ

ମୋର ଶେଷ ନିବେଦନ l(5)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational