ଉଲ୍ଲୂସା ଶୀତ
ଉଲ୍ଲୂସା ଶୀତ
ନୀଳ ଆକାଶେ
ବଉଦ ଦିଶେ
ଦେଖ ଲୋ ସଖି ଦେଖ
ହୋଇ ହରଷେ ।
ବଉଦ ସଂଗେ
ଶଶୀ କି ରଙ୍ଗେ
ହେଇ -ଖେଳଇ ଦେଖ
ମନ ଉଲ୍ଲାସେ ।
ଖଣ୍ଡ ଖଣ୍ଡ କଳା ବଉଦ
ଭାସି ଆସଇ
ତାରା ସଂଗେ ପଉସ ଶଶୀ
ତୃପ୍ତି ଆଣଇ ।
ଲୁଚ କାଳି ଖେଳେ ଚାନ୍ଦ
ମନ ବିରସେ ।
କାନନ ରେ ପୁଷ୍ପ ବାସେ
ତରୁ ଲତା ତାଜା ଦିଶେ
ମଧୁପ ମଧୁ ପାନ କରେ
କେଡେ ହରଷେ
ଉତ୍ତରା ପବନ ସିରି ସିରି ବହି
ଶିତେ ଜନ ମନ ତୋଷେ ।
ନାନା ଜାତି ମଲ୍ଲୀ ହେନା
ଗୋଲାପ ଟଗର ସିନା
ନିକୁଞ୍ଜ କାନନେ ଫୁଟି
ଝରିକି ବାସେ
ଶୀତ ମାସ ଟା ର ଭାରି
ମୋ ଚିତ୍ତ ଉଲ୍ଲସେ ।
