ଉଲ୍ଲଂଘନ
ଉଲ୍ଲଂଘନ


ସେଇ ଲିଖିତ ବା ଅଲିଖିତ ସର୍ତ୍ତକୁ
ଅସର୍ତକ ଭାବେ ଟପି ଗଲା ବେଳେ
ଅସମୟରେ,
ବ୍ୟଭିଚାରୀ/ସୈରାଚାରୀର ସଜ୍ଞାରେ
ଭୂଷିତ ପ୍ରଥମ ପଦଚାରୀ ସେ |
ଯୌକ୍ତିକତାର ସେ ଅଲଙ୍ଘ୍ୟ ଇସ୍ତାହାରକୁ
ଉପାୟଶୂନ୍ୟ ହୋଇ
ଅତିକ୍ରମୀ ଯିବାବେଳେ
ନିରୁଦ୍ଦିଷ୍ଟ ବା ନିର୍ବାସନର ଦଣ୍ଡରେ
ନାଚାର ପଥଚାରୀଟିଏ ପରି
'ଗଙ୍ଗା କହିଲେ ଯିବି'ର ସ୍ରୋତସ୍ଵିନୀ
ବା ଅଭିଶପ୍ତ ପାଷାଣି ଅହଲ୍ୟାର ଅଭିମାନିନୀ
ବା ଲକ୍ଷ୍ମଣରେଖା ଅତିକ୍ରମୀ ଥିବା ଜନକ ନନ୍ଦିନୀ |
ଉଲ୍ଲଂଘନର ସେ ବେନାମୀ ନିୟମ
ଲୋଡେ ନାହିଁ ଯା' ସତ୍ୟ ବା ପ୍ରମାଣ
ଅସହାୟତାର ଅନାବିଳ ପଣ
ଅଥଚ ଅକ୍ଷମଣୀୟ ପରିଣାମ |