STORYMIRROR

Lata Behera

Abstract

4  

Lata Behera

Abstract

ଉକୁଣୀ

ଉକୁଣୀ

1 min
344


ଧନ୍ୟରେ ଉକୁଣୀ ଧନ୍ୟରେ 

      ଧନ୍ୟ ଜୀବନ ତୋର

ବାସ କରୁଥାଉ ସର୍ବଦା

        ନର ମୁଣ୍ଡ ଉପର ।


ଗହନ ବନର କେଶରେ

        ସଦା କରୁ ବିହାର

ମୁଣ୍ଡର ମଇଳା ତେଲକୁ

         ତୁହି କରୁ ଆହାର ।


କଳା ମଚ ମଚ କେଶରେ

        କରୁ ଭ୍ରମଣ ବେଶୀ

ରୁପି ହେଇଗଲେ ମୁଣ୍ଡରେ 

        ଦେଖି ହେଉ ତୁ ଖୁସି ।


ବଂଶ ତୋ ବିସ୍ତାର କରୁ ତୁ

       ଲୁଚି ତାହା ଭିତରେ

ନିଖକୁ ଉତ୍ପତ୍ତି କରୁ ତୁ

     ଘନ ଚୁଟି ମୂଳରେ ।


ନିଖରୁ ଉକୁଣୀ ଫୁଟଇ

     ଖାଆନ୍ତି ରକତ ଶୋଷି

କେବେ ମୁଣ୍ଡ ଘାଆ କରଇ

    ଲାଗେ ଯନ୍ତ୍ରଣା ବେଶୀ ।


ସେଇ ଘା' ରକତ ପୂଜକୁ

      ଖାଇ ବଞ୍ଚୁ ଜୀବନ

ବଂଶକୁ ବିସ୍ତାର କରୁଛୁ

       ରହି ସଦା ଗୋପନ ।


ଖରା ବର୍ଷା ଶୀତ କାକର 

        ତୋର ନ ଥାଏ ଭୀତି

ମଣିଷ ମୁଣ୍ଡରେ ନିର୍ଭୀକେ

        କରୁ ନିଜ ରାଜୁତି ।


ଶୋଇ ପଡିଗଲେ ମାନବ

         ତୁହି ବାହାରି ଆସୁ

ମନ ଇଚ୍ଛା ଘୂରି ବୁଲି ତୁ

         ହସି ରକତ ଶୋଷୁ ।


କାନ ମୂଳକୁ ତୁ ଖସିଣ 

          ବେକ କାମୁଡୁ ଆସି

ନିଦ ଭାଙ୍ଗି ଗଲେ ମାନବ

         ତୋତେ ଧରଇ କଷି ।


ଚିମୁଟି ଧରିଣ ହାତରେ

        ନଖ ମୂନରେ ମାରେ

ସେଇଠି ତୋହର ଜୀବନ

        ରାତି ଅଧରେ ସରେ ।


ଖରା ବର୍ଷା ଶୀତ କାକର 

          ନର କଷ୍ଟ ସହଇ

ତାହାରି ମଣ୍ଡରେ ରହି ତୁ

        ବଞ୍ଚୁ ରକତ ଖାଇ ।


କେତେ ଯତନରେ ମଣିଷ 

     ତୋତେ ପାଳେ ମୁଣ୍ଡରେ 

ସକାଳ ହୋଇଲେ ବିଚାର 

    କରେ ସେ ପାନିଆରେ ।


ଦୁଇ ମୁହାଁ ପାନିଆରେ ସେ

        ତାର କୁଣ୍ଡାଏ କେଶ

ଝଡି ଖସି ପଡୁ ତଳକୁ 

       ନଖେ କରେ ସେ ଶେଷ ।


ତୋ ବଂଶ ନିପାତ କରିବା 

        ପାଇଁ ଆସେ ଆଗେଇ

ଉକୁଣୀ ମରା ଔଷଧକୁ ସେ

      ମୁଣ୍ଡେ ମାରଇ ନେଇ ।


ଓଦାଳିଆ ଥିବା ଚୁଟିକୁ

        ନର ଦିଏ କୁଣ୍ଢେଇ 

ହିସାବ କିତାବ କରି ସେ

       ନଖ ମୂନେ ମାରଇ ।


ବଡ ସାନ କେତେ ଉକୁଣୀ

         ପାଦ ଛଅଟି ତୋର

କଳା ଧଳା ରଙ୍ଗ କାହାର

         ନାଲି ଅଟଇ କିଏ

ଯିଏ ବେଶୀ ରକ୍ତ ପିଅଇ

     ନାଲି ଦେଖା ସେ ଯାଏ ।


ସଫା ରଖେ ଯିଏ ମୁଣ୍ଡକୁ

        ନା ତା ହୁଏ ଉକୁଣୀ 

ସକାଳ ପାହିଲେ ନିପାତ 

        ହୁଏ ତାର କାହାଣୀ ।


ମଣିଷ ହାତରେ ବଂଶ ତା

        ହେଇ ଯାଅଇ ଶେଷ

ମଣିଷ ଦେବତା ଉକୁଣୀ

       ଅଟେ କାଳ ରାକ୍ଷାସ ।


ସେଇ ରକ୍ଷାସକୁ ମଣିଷ 

        ନଖେ ମୂନରେ ମାରେ

ନା କୁଣ୍ଡେଇ ହୁଏ ମୁଣ୍ଡ ତା

       ଶୋଇ ଯାଏ ଶାନ୍ତିରେ ।


Rate this content
Log in

Similar oriya poem from Abstract