ଉଜ୍ବଳ ତାରକା
ଉଜ୍ବଳ ତାରକା
ଅଠର ଶହ ସତାନବେ ମସିହା ଦିନ ହେ ଉଜ୍ବଳ ତାରକା ସୁବାଷ ବୋଷ, ଭାରତମାତା ବକ୍ଷରେ ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତିଦେବୀ ଙ୍କ ନବମ ସନ୍ତାନ ରୂପେ କଲ କୋଳ ମଣ୍ଡନ. କଟକ, କଲିକତା ତଥା ଲଣ୍ଡନ, ଶିକ୍ଷା ସମାପ୍ତ କରି ଆଇ.ସି.ଏସ ପରୀକ୍ଷା ରେ କଲ କୃତିତ୍ୱ ଅର୍ଜନ,ହେଲେ ଦେଶ ମାତୃକା ରକ୍ଷା ରେ କରି ନିଜକୁ ନିୟୋଜନ ଗାନ୍ଧିଜୀ ଙ୍କ ଅଦର୍ଶେ ଜାତୀୟ କଂଗ୍ରେସ କୁ କରିଥିଲ ନିଜକୁ ଦାନ, ହେଲେ ଲକ୍ଷ୍ୟ ସିନା ଏକ ରାସ୍ତା ଥିଲା ଯେ ଭିର୍ଣ୍ଣ, ସେପାଇଁ ଗଢିଲ ଫରୱାର୍ଡ଼ ବ୍ଲକ ହୋଇ ସ୍ୱାଧୀନ ଓ ଜୟହିନ୍ଦ ଥିଲା ତୁମ ସ୍ଲୋଗାନ. ଇଂରେଜ ମାନଙ୍କ ନଜର ବନ୍ଦୀ, ଖସିଗଲ କରି ଫିକର ଫନ୍ଦି, ଗଢିଲ, ଆଜାଦ ହିନ୍ଦ ଫଉଜ, ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଥିଲା ସ୍ଲୋଗାନ. ବିଶ୍ୱଯୁଦ୍ଧରେ ଇଟାଲୀ, ଜର୍ମାନୀ ଜାପାନ ହୋଇ ଅସ୍ତବେସ୍ତ , ତୁମେ ଗାଇଥିଲ ଜାତୀୟ ସଂଗୀତ, ବଢ଼ାଇ ବନ୍ଧୁତା ସୂତ୍ର, ଘଟିଥିଲା ତା ପରେ ସଂଘର୍ଷ ଘନଘନ, ଉଣେଇଶଶହପଇଁଚାଳିଶ ମସିହା ଅଗଷ୍ଟ ଅଠର ତାରିଖ ଥିଲା ଯୋଉ ଉଡାନ, ସେଇଥିଲା ତୁମ ଶେଷ ଦର୍ଶନ, ତୁମେ ହେଲ ଆନ୍ତର୍ଧ୍ୟାନ.
ଆଜି କାହିଁକି କରିବା ସ୍କୁଲରେ ଏ ଦିବସ ପାଳନ, କହୁଛି ପିଲାଏ ଶୁଣ ଦେଇ ମନ ଓ ଧ୍ୟାନ. ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସଙ୍ଗେ ପିଲାଙ୍କ ସମ୍ପର୍କ ଅଟେ ମହୀୟାନ. ସୁଭାଷ ଙ୍କ ଶିକ୍ଷକ, ବେଣିମାଧବ ଥିଲେ ତାଙ୍କ ନିଦର୍ଶନ, ମାନୁଥିଲେ ସେ ବିବେକାନନ୍ଦ ଙ୍କ ଦର୍ଶନ ଓ ରାମକୃଷ୍ଣ ପରମହଂସ ଙ୍କ ଶାଙ୍ଖଦର୍ଶନ ଓ ସାମ୍ୟବାଦ କଥନ. ଗାନ୍ଧିଜୀଙ୍କ ଚିନ୍ତାଧାରା କୁ ଦେଇ ସନମାନ, ସେ ରଖିଥିଲେ ଦେଶ ର ମାନ. ସାହାସ, ଧର୍ଯ୍ୟ, ଶକ୍ତି, ବୁଦ୍ଧି ବଢାଇବା ରଖି ନିଜ ମହତମାନ. କିଏସେ ବିଦେଶୀ କିଏସେ ସ୍ବଦେଶୀ, ନ ରଖି ଚି଼ହ୍ନବର୍ଣ୍ଣ, ଆପଣେଇଥିଲେ ସ୍ତ୍ରୀ ରୂପେ ସଂସାରୀ ହୋଇକି ଅନିତା ଜନ୍ମ. ଯିଏ ଝିଅ ଟିଏ ହୋଇ ଆଜିବି ଖୋଜନ୍ତି କୋଉଠି ହଜିଲେ ପିତା ଓ ଲାଗିପଡିଛନ୍ତି ଫେରାଇ ଆଣିବେ ଚିତାଭସ୍ମ ସହ ସେ ଅଭୁଲା ଦିନ, କର୍ତବ୍ୟ ଭାବନ୍ତି, ଯାହା କରିବାକଥା ସନ୍ତାନ, ସେଇ ପାଇଁ ପରା ପାଳିବା ଏ ଦିବସ ଆମେ କରି ଯତନ.
