STORYMIRROR

Anita Dash

Romance Others

4  

Anita Dash

Romance Others

ଉଇଁଛି ସ୍ମୃତିର ଜହ୍ନ୍

ଉଇଁଛି ସ୍ମୃତିର ଜହ୍ନ୍

1 min
374

ଭାଗ୍ୟବତୀ ମୁଁ ଗୋ, ମୋ ମନ ଆକାଶେ

ଉଇଁଛି ସ୍ମୃତିର ଜହ୍ନ

ଉଜାଣି ବୋହିଛି ସେନେହଁର ନଈ

ପଲ୍ଲଵିତ କରି ପ୍ରାଣ।


ସ୍ୱାତୀ ନକ୍ଷତ୍ରର ମାହେନ୍ଦ୍ର ଵେଳାରେ

ଶାମୁକା ପାଇଛି ମୋତି

ବ୍ରହ୍ମ କମଳଟି ଫୁଟି ହସୁଅଛି

ମହକାଇ ମୋର ଛାତି।


ମୋ ମନ ନଈର ମହାସାଗର ଗୋ

ପୀରତିର ମଥାମଣି

ବିଧୂର ପ୍ରାଣର ପ୍ରାଣେଶ୍ୱର ଆହେ

ପ୍ରେମର ମଉଡ଼ ମଣି।


ଭୂଲି ପାରିନି ସେ ଅଳିକ ଚାହାଣି

ଲାଜ ଲାଜ ମିଶା ମୁହଁ

ରହି ଯାଇଅଛି ମନ ଆଇନାରେ

ଛାପି ହୋଇ ଅହରହ।


ମୋ ଆଖିରେ ଆଖି ମିଶେଇ ନପାରି

ଫେରେଇ ତୁମରି ମୁହଁ

ମୋ ଆଖିରେ ସପନ ଭରି ଦେଵା ପାଇଁ

ବଳେଇ ଥିଲ ସେନେହଁ।


ସରଳ ନିରୀହ ଖିଆଲି ମନମୋ

ବୁଝିବି ନଥିଲା ଵୁଝି

ପାଗଳୀ ପରାୟେ ମନେ ଭାଳି ହୋଇ

ଯାଇଅଛି କେତେ ଖୋଜି।


ଆହେ ସୁପୁରୁଷ ତୁମେ ମୋ ନମସ୍ୟ

ଇହ ପର କାଳ ଈଶ

ସରମି ଲତିକା ମରମକୁ ବୁଝି

ତୋଳିନିଅ ତୁମ ପାଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance