Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

(((ଉଦ୍ଦୀପନା

(((ଉଦ୍ଦୀପନା

1 min
199



ଆଜି ନୀଳ ବର୍ଣ୍ଣ

ବିଛୁରିତ ଦିନ 

ଉଦ୍ଦୀପନା ନଦୀ ତୀରେ ।


କାନେ କାନେ ଭାଇ

କହିବି ଗୋପନେ

ଦୁର୍ଗା ମା କଥା ସଧିରେ ।


ନିଳ ବର୍ଣ୍ଣ ଦିଏ

ଉଦ୍ଦୀପନା ଶକ୍ତି

ମନରେ ଉତ୍ସାହ ଆସେ ।


ମାତା ଚଂଦ୍ରଘଣ୍ଟା

ଦ୍ୟନ୍ତି ଶାନ୍ତି ମୁକ୍ତି

ଘନ ନୀଳ ରଂଗ ରଶେ ।


ମାତା ଦୁର୍ଗା ଆଜି

ଚନ୍ଦ୍ର ଘଣ୍ଟା ସାଜି

ପୂଜାପାଏ ଜଗତରେ ।


ନବ ରାତ୍ର ପୂଜା

ପାଆନ୍ତି ତ ମାତା 

ତ୍ରୀରାତ୍ରେ ଉଦ୍ଦୀପନାରେ ।


ଘନନୀଳ ବର୍ଣ୍ଣ

ଉଦ୍ଦୀପନା ଚିହ୍ନ

ଜୀବନ ନିଗୁଢ଼ ବାଣୀ ।


ପୁଲକିତ ହୁଏ

ଶୁଣି ଏ ଶ୍ରବଣ

ଚନ୍ଦ୍ରଘଣ୍ଟାଙ୍କ କାହାଣୀ ।


ଶତ ସୁରଗ ର

ଶାନ୍ତି ବିକାଶେ

ଶାକ୍ତ ନୀଳିମା ଘରଣୀ..


ସୁଗନ୍ଧିତ ପ୍ରିୟ

ନୀଳ ସୌମ୍ୟକାନ୍ତି 

ସର୍ବ ମଙ୍ଗଳା ମୃଡାନୀ ।


ମଣିପୁରଚକ୍ରେ 

ନିରିକ୍ଷଣ କଲେ 

ଚନ୍ଦ୍ରଘଣ୍ଟା ଦ୍ୟନ୍ତି ମୋକ୍ଷ ।


ଏୈଁ ଶ୍ରୀ ଶକ୍ତୟେ ନମଃ

ଜପନ କଲେ ମନେ

ସାଧନା ରେ ହ୍ୱାନ୍ତି ଦକ୍ଷ ।


ସକଳ ଆବିଳ

ମଳିନତା ମନୁ

ତୁଟି ଯାଏ ପୂଜା କଲେ ।


ଧନ ମାନ ଅବା

ଯଶ ବଇଭବ

ଜନେ ପାଇଥାନ୍ତି ଭଲେ ।


ତାପିତ ର କରେ

ତାପ ବିନାଶନ

ବ୍ୟଥିତ ର ହରେ ବ୍ୟଥା ।


ସକଳ ପ୍ରାଣର

ନିରବ ବେଦନା

ନିବାରଣ କରେ ମାତା ।


ମା ବ୍ୟାଘ୍ର ବାହିନୀ

ଶଙ୍କର ଘରଣୀ

ସକଳ ଆଶାର ମୋହ ।


ପୂର୍ଣ୍ଣ କରନ୍ତି ସେ

ସକଳ ବାସନା

ଘୋଷନ୍ତି ସର୍ବେ ଜୟ ଜୟ ।


ନୀଳ ନଭେ ଦେଖ

ଚନ୍ଦ୍ର ଘଣ୍ଟା ମାତା

ଆସନ୍ତି କରିଣ ଲୟ ।


ଭକ୍ତ ଙ୍କୁ ସୁରକ୍ଷା

କରିବେ ସୁଦକ୍ଷା

ଧରା ଆଜି ଜପ ମୟ ।



Rate this content
Log in

Similar oriya poem from Inspirational