Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3.4  

KRUTIBAS NAYAK

Inspirational

ଦୋଷୀ ଆମଛଡ଼ା ଆଉ କିଏ ?

ଦୋଷୀ ଆମଛଡ଼ା ଆଉ କିଏ ?

1 min
241



ପିଲାଟି ଆମର ବଢିଆ ପଢୁଛି, ଓଡ଼ିଆ ବୁଝେନା ସିଏ,

ଓଡ଼ିଆ ଚଳଣି ଓଡ଼ିଶାର କଥା କିଛି ଜାଣିନାହିଁ ସିଏ |


ଆମ ଇତିହାସ ଗୌରବ ଗାଥା କିଛି ଶୁଣିନାହିଁ ସିଏ,

ମଧୁବାବୁ ବିଜୁ ଗଜପତି ଛବି ଚିହ୍ନି ପାରେନାହିଁ ସିଏ |


ଜଗନ୍ନାଥ ଧାମ ଅବଢା ଖାଇନି ବିରିୟାନୀ ପ୍ରିୟ ସିଏ,

ପୋଡ଼ପିଠା ମଣ୍ଡା ଆରିଷାର ମଜା କେବେ ବି ଚାଖିନି ସିଏ |


ସଜ ପଖାଳର ସୁଆଦ ଜାଣେନା ପିଜା ବରଗର ଖାଏ,

ପରମ୍ପରାକୁ ସେ ହେୟଜ୍ଞାନ କରି କୁସଂସ୍କାର ବୋଲି କହେ |


ଓଡ଼ିଶୀ ନୃତ୍ୟରେ ପାଦ ହଲେନାହିଁ ଓଡ଼ିଶୀ ଶୁଣିନି ସିଏ,

ଆମ ଲୋକକଳା ସହ ପରିଚିତ ହୋଇ ପାରିନାହିଁ ସିଏ |


ଓଡ଼ିଆ ପଢିଲେ ବେକାର ହୋଇବ ସେକଥା ବୁଝିଛି ସିଏ,

ଆମରି ରାଜ୍ୟରେ କିଛି ହେବନାହିଁ ଏବେଠୁଁ କହୁଛି ସିଏ |


ସମ୍ପଦରେ ଭରା ଆମ ଓଡ଼ିଶାକୁ ଗରିବ କହୁଛି ସିଏ,

ଜ୍ଞାନୀ-ମାନୀ-ତ୍ୟାଗୀ ମହାପୁରୁଷଙ୍କୁ ମନେ ରଖିନାହିଁ ସିଏ |


ସଂଗ୍ରାମୀ ରକ୍ତରେ ଓଡ଼ିଶା ଭିଜିଛି ତାକୁ ଦେଖିନାହିଁ ସିଏ,

ସଂସ୍କୃତି ଆମର ପ୍ରାଚୀନ ସମୃଦ୍ଧ ଅନୁଭବୀ ନୁହେଁ ସିଏ |


ଓଡ଼ିଆ ପୁସ୍ତକ ପଢିଦେଲେ କାଳେ ମୂର୍ଖ ହୋଇଯିବ ସିଏ,

ବିଦେଶୀ ଭାଷାକୁ ରଟେ ଦିନରାତି ମନେମନେ ଖୁସି ହୁଏ |


ଆମ ଶିଳ୍ପୀକଳା ଜଗତେ ବିଖ୍ୟାତ ସେକଥା ମାନେନା ସିଏ,

ଅର୍ଥ ଉପାର୍ଜନ ସୁଖଭୋଗ ଖାଲି ଜୀବନର ଲକ୍ଷ୍ୟ କହେ |


ପିତା-ମାତା ଗୁରୁ ଗୁରୁଜନେ କେବେ ପ୍ରଣାମ କରେନା ସିଏ,

ଗୁଡ଼ମର୍ଣ୍ଣିଂ ଗୁଡ଼ନାଇଟରେ କାମଟି ଚଳାଏ ସିଏ |


ବାପା-ମାଆ ଡାକ ଓଠରେ ଆସେନା ଡାଡ଼ି-ମାମି ଡାକେ ସିଏ,

ଚିହ୍ନା-ଅଚିହ୍ନାଙ୍କୁ ସାହି ପଡ଼ିଶାଙ୍କୁ ଅଙ୍କଲ ଡାକୁଛି ସିଏ |


ଏମିତି କାହିଁକି ହେଲା ପଚାରିଲି, ମୋତେ କହିଦେଲା ସିଏ,

ଏଥିପାଇଁ ଦାୟୀ ତମେ ବାପା-ମାଆ, ଆଉ କେହି ଦୋଷୀ ନୁହେଁ |

000




Rate this content
Log in

Similar oriya poem from Inspirational