ଉଡି ଗଲା ପକ୍ଷୀ
ଉଡି ଗଲା ପକ୍ଷୀ
ଉଡି ଗଲା ପକ୍ଷୀ
ନୀଳ ଗଗନେ ମୁକ୍ତ
ଆକାଶକୁ ସ୍ବର୍ଣ୍ଣ ପଞୁରୀ ଛାଡି
କୋମଳ ପର ଝାଡି ପଞୁରୀ କି
ତାକୁ ରଖିବ ଅଟକାଇ ସେତ
ଏକ ସ୍ବାଧିନ ବିହଙ୍ଗ ସର୍ବଦା
ମରୁତର ଆର୍ଶ୍ରିତ ଯାତ୍ରୀ
ପଞୁରୀ ଟା ଫୁଙ୍ଗୁଳା ପଡିଚି
ଝୁରେ ଦିନ ରାତି ଚାହେଁ
କହିଦେବ ଅକୁହା ମନ
କଥା ଖୋଲି
ଦରଦି ଭରା ଅନ୍ତର ଆତ୍ମା ର
କୋହ ଭରା ମନ କଥା
ଯାଉଛି ତା ବିନା ଜଳି
ଡାକୁ ଅଛି ତାକୁ ହାତ ଠାରି
କହୁଛି ଲୋତକ ଭରା ନୟନେ
ଆ ସାଥି ଚାଲି ଆ ତୁ ଫେରି
ପୁଣି ଥରେ କରିନେ ମୋତେ
ତୋରି ଆଶ୍ରୟ ସ୍ଥଳି
ନିଶବ୍ଦମୋତେ ଦେଉଛି ହାଣି
ଆଉ ମୁଁ ପାରୁନି ସହିନୀର୍ଲିପ୍ତ
ନୟନ ତାର ଫେରିବା
ବାଟକୁ ଚାହିଁ
ଫେରିଆ ଫେରିଆ ବନ୍ଧୁ
କରୁଛି ସ୍ବାଗତ ନ ଯାଆତୁ
ପଥ ହୁଡି ।
