STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଉଡି ଗଲା ପକ୍ଷୀ

ଉଡି ଗଲା ପକ୍ଷୀ

1 min
198


ଉଡି ଗଲା ପକ୍ଷୀ

ନୀଳ ଗଗନେ ମୁକ୍ତ

ଆକାଶକୁ ସ୍ବର୍ଣ୍ଣ ପଞୁରୀ ଛାଡି

କୋମଳ ପର ଝାଡି ପଞୁରୀ କି

ତାକୁ ରଖିବ ଅଟକାଇ ସେତ

ଏକ ସ୍ବାଧିନ ବିହଙ୍ଗ ସର୍ବଦା

ମରୁତର ଆର୍ଶ୍ରିତ ଯାତ୍ରୀ

ପଞୁରୀ ଟା ଫୁଙ୍ଗୁଳା ପଡିଚି

ଝୁରେ ଦିନ ରାତି ଚାହେଁ

କହିଦେବ ଅକୁହା ମନ

କଥା ଖୋଲି

ଦରଦି ଭରା ଅନ୍ତର ଆତ୍ମା ର

କୋହ ଭରା ମନ କଥା

ଯାଉଛି ତା ବିନା ଜଳି

ଡାକୁ ଅଛି ତାକୁ ହାତ ଠାରି

କହୁଛି ଲୋତକ ଭରା ନୟନେ

ଆ ସାଥି ଚାଲି ଆ ତୁ ଫେରି

ପୁଣି ଥରେ କରିନେ ମୋତେ

ତୋରି ଆଶ୍ରୟ ସ୍ଥଳି

ନିଶବ୍ଦମୋତେ ଦେଉଛି ହାଣି

ଆଉ ମୁଁ ପାରୁନି ସହିନୀର୍ଲିପ୍ତ

ନୟନ ତାର ଫେରିବା

ବାଟକୁ ଚାହିଁ

ଫେରିଆ ଫେରିଆ ବନ୍ଧୁ

କରୁଛି ସ୍ବାଗତ ନ ଯାଆତୁ

ପଥ ହୁଡି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational