STORYMIRROR

Trushna Das

Inspirational

3  

Trushna Das

Inspirational

#ଉଦବୋଧନ କବିତା : ଶିକ୍ଷକ

#ଉଦବୋଧନ କବିତା : ଶିକ୍ଷକ

1 min
296

ହେ ଆଜିର ଶିକ୍ଷକ

ଭୁଲି ଯାଇଛ ବୋଧେ ଭୂମିକା ତୁମର 

ତୁମେ ପରା ସମାଜର ପଥ ପ୍ରଦର୍ଶକ

ଛୁଆମାନଙ୍କ ପଥ ପ୍ରଦର୍ଶକ।। 


ହେ ଆଜିର ଶିକ୍ଷକ 

କେମିତି ତୁମେ ନିଜ ସ୍ୱାର୍ଥରେ ହୋଇଛ ବଶୀଭୂତ 

ଟିକକ ଟଙ୍କା ପାଇଁ ବିକି ଦେଇଛ ନିଜ ହିତାହିତ ଜ୍ଞାନ 

ଖେଳୁଛ ପିଲାମାନଙ୍କ ଜୀବନ ସହ।। 


ହେ ଆଜିର ଶିକ୍ଷକ 

ଟିକକ ଟଙ୍କା ପାଇଁ ଫେଲ ହେଉଥିବା ପିଲାକୁ କରୁଛ ପାସ

କମ ମାର୍କ ରଖୁଥିବା ପିଲାକୁ କରୁଛ ଟପର

ଏ କେମିତି କା କର୍ମ ତୁମର।। 


ହେ ଆଜିର ଶିକ୍ଷକ 

ତୁମେ ସମାଜର ମାର୍ଗଦର୍ଶକ ହୋଇ 

କିପରି କରୁଛ କର୍ମ

ତୁମ ବୃତ୍ତିରେ ଲଗାଉଛ କଳଙ୍କ।। 


ହେ ଆଜିର ଶିକ୍ଷକ 

ତୁମ ପାଇଁ ପିଲାମାନେ ହୋଇଛନ୍ତି କୁପଥଗାମୀ, ତୁମ ଠାରୁ ନେଇ ବିଚିତ୍ର ଜ୍ଞାନ 

ତୁମକୁ ଲାଗୁ ନାହିଁ ଲାଜ 

ତୁମ ପାଇଁ ସମାଜ ହୋଇଛି କଳୁଷିତ।।


ହେ ଆଜିର ଶିକ୍ଷକ 

ସୁଧାର ନିଜର କର୍ମ

ଟଙ୍କା ଲୋଭ ଛାଡ଼ି ଆପଣାଇ ନିଅ ସତ ପଥ

ପିଲାମାନେ ଯେମିତି ତୁମଠାରୁ ଶିଖିବେ ଭଲ ଜ୍ଞାନ 

ବଜାଇ ରଖ ମହାନତାର ବାର୍ତ୍ତା ତୁମ ବୃତ୍ତିର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational