STORYMIRROR

Pranati Mahapatra

Inspirational Children

4  

Pranati Mahapatra

Inspirational Children

ଉଚିତ୍ ନିର୍ଣ୍ଣୟ

ଉଚିତ୍ ନିର୍ଣ୍ଣୟ

1 min
222


ଟିକ୍ ଟିକ୍ କରି ଗଡିଯାଏ ବେଳ

ସତ୍ୟରୁ ଦ୍ଵାପର ତ୍ରେତୟା କଳି,

ନୃବାନରରୁ ବିଜ୍ଞାନ ମଣିଷ

ଚନ୍ଦ୍ର ପୃଷ୍ଠକୁ ନିମିଷେ ଯାଏ ଚଳି।


ଆଲୋକ ଚିହ୍ନିବା ଜାଣି ନ ଥିଲା ସେ

ଆଲୋକକୁ ନେଇ ଖେଳ ଖେଳୁଛି,

କଞ୍ଚା ମାଂସ ଗଛ ଡାଳ ପତ୍ର ଖାଏ

ତେଲ ମସଲାରେ ଏବେ ଭାସୁଛି।


ଗଛ ବକଳରେ ଲାଜ ଢାଙ୍କୁଥିଲା 

ମଖମଲ ବସ୍ତ୍ରେ ଶୋଭା ବଢାଏ,

କି ଥିଲା ସେଦିନ କି ହୋଇଲା ଆଜ

ସମୟ ସାଥିରେ ମଣିଷ ଧାଏଁ।


ସତ୍ୟପଥ ଯାଇ ଧର୍ମ ଆଚରଣେ

ନ୍ୟାୟର ପ୍ରତୀକ ସେ ନ୍ୟାୟବନ୍ତ ,

ହଜିଗଲା ଏବେ ମଣିଷ ମନରୁ 

ଦିନୁଦିନ ଏବେ ରାକ୍ଷସ ଚିତ୍ତ।


ଟିକ୍ ଟିକ୍ କରି ଘୁରୁଥାଏ କଣ୍ଟା

ପାପପୂଣ୍ୟ କଥା ଚେତେଇ ଦେଇ,

ରକ୍ତର ସମ୍ପର୍କ ଅମୃତର ମୂଲ

ଭୁଲି ଯା'ନ୍ତି ସ୍ଵାର୍ଥେ ଅନ୍ଧଟେ ହୋଇ ।


ସମୟଟି ପରା ବଡ଼ ମୂଲ୍ୟବାନ

ଗାନ୍ଧୀଙ୍କ ଅଣ୍ଟାକୁ ଟିକିଏ ଦେଖ,

କାଲି କାମ ଆଜି କରି ଦେଇଥିଲେ

ଆଜି କାମଟିକୁ ଏବେ କରି ଶିଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational