STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଉଛୁଳୁଛି ଯାଗଯଜ୍ଞ

ଉଛୁଳୁଛି ଯାଗଯଜ୍ଞ

1 min
158

ଢୋଲ ବାଜୁଛିଲୋ ବାଜୁଛି ମହୁରୀ

ଉଛୁଳୁଛି ଯାଗଯଜ୍ଞ

ମାଆ ଦୁର୍ଗାଙ୍କର ଶାରଦୀୟ ପୂଜା

ମହକୁଛି ଚଉଦିଗ ।

ପଦୁଅଁ ପତର ,କାକର ଟୋପାରେ

ମାଆଙ୍କ ମହିମା ଲେଖେ

ନାଲି କଇଁ ନାଲି ରଙ୍ଗର ମୁରୁଜ

ପୂଜା ମଣ୍ଡପ ରେ ମାଖେ ।

ଭୋଦେଇ ବଉଦ ଛାଇଛାଇ ମେଘ

ଭକତି ଅଧୀର ଭାବ

 ଉଛୁଳୁଛି ଯାଗଯଜ୍ଞ

ମନ୍ତ୍ରରେ ତନ୍ତ୍ରରେ ସ୍ତବରେ ସ୍ତୋତ୍ରରେ

ଉପଚାର ଉପାସନା

ଫୁଲରେ ଫଳରେ ପତ୍ରରେ ଛତ୍ରରେ

ହୁଏ ତୁମ ନିରାଜନା

ତୁମରି ଆଶିଷ ପାଇବାକୁ ମାଆ

ଜଗତ କରଇ ସ୍ତବ

ଉଛୁଳୁଛି ଯାଗଯଜ୍ଞ

ଦୁର୍ଗତି ନାଶିନୀ ଦୁଃଖ ହାରିଣୀ ମା

କାମନା କରନ୍ତି ପୂର୍ଣ୍ଣ

ଦୁଷ୍ଟ ଦୁରାଚାରୀ ହେଲେ ଅତ୍ୟାଚାରୀ

ଦର୍ପ କରିଥାନ୍ତି ଚୂର୍ଣ୍ଣ

ମାଆଙ୍କ ଆଶିଷେ ହୁଅଇ ସୁଗମ

ଖାଲଖମା ଭରା ମାର୍ଗ

ଉଛୁଳୁଛି ଯାଗଯଜ୍ଞ

ଶାନ୍ତି ମୁକ୍ତି ପାଇଁ ଭକତେ ପାଳନ୍ତି

ମାଆଙ୍କର ପୂଜା ବ୍ରତ

ଭକ୍ତିରେ ପୂଜିଲେ ହୁଏ ମଧୁମୟ

ସବୁରି ଜୀବନ ଶ୍ରୋତ

ଦଦରା ନାଆକୁ କୂଳେ ଲଗାନ୍ତି ମା

ସଳଖି ଆହୁଲା ମଙ୍ଗ

ଉଛୁଳୁଛି ଯାଗଯଜ୍ଞ ।



Rate this content
Log in

Similar oriya poem from Classics