STORYMIRROR

Sukanti Hotta

Romance

3  

Sukanti Hotta

Romance

ତ୍ୟାଗ ହିଁ ପ୍ରେମ

ତ୍ୟାଗ ହିଁ ପ୍ରେମ

1 min
11.8K

ବୃକ୍ଷ ପରି ବନ୍ଧୁ ଜଗତେ ବିରଳ

ସୃଷ୍ଟିର ମୂଳାଧାର

ତ୍ୟାଗ ପ୍ରେମର ଜ୍ୱଳନ୍ତ ପ୍ରତିମା

ଅସରନ୍ତି ଭଣ୍ଡାର

ଫୁଲ ଫଳ ଡାଳ ଚେର ପତର

ସବୁ ସମର୍ପି ଦିଏ

ପ୍ରତିଦାନରେ ମାଗେନି ସେ କିଛି

ଅତି ମହାନ ସିଏ

ଅମ୍ଳଜାନ ଦେଇ ସାରା ପୃଥିବୀକୁ

ବଞ୍ଚାଇ ରଖିଛି

ପୃଥିବୀ ମାଆର ଚରଣ ଧୂଳି କୁ

ସୁଦୃଢ କରିଛି

ପ୍ରେମର ଗୁରୁସେ ଶୀତଳ ଛାୟାରେ

ଆମକୁ ଆଶ୍ରୟ ଦିଏ

ତିଳତିଳ ହୋଇ ଆମ ପାଇଁ ଜଳି

ଶେଷରେ ପାଉଁଶ ହୁଏ

ଧନୀ ଗରୀବ ଛୁଆଁ ଅଛୁଆଁ

ଭେଦ ଭାବ ନକରେ

ଛାୟା ତଳେ ତାର ଆଶ୍ରୟ ଦେଇ

ଥକାକୁ ଦୂର କରେ

ପଶୁପକ୍ଷୀଙ୍କର ପ୍ରିୟ ବନ୍ଧୁ ସାଜି

ଶୋଭା ବଢା଼ଉ ଥାଏ

ସଂସାରର ସିଏ ଦୁର୍ଲଭ ସମ୍ପତ୍ତି

ତ୍ୟାଗରେ ଆନନ୍ଦ ପାଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance