ତ୍ଯାଗର ରଙ୍ଗ
ତ୍ଯାଗର ରଙ୍ଗ
ତୁମ ପ୍ରେମର ସେ
ବିଶାଳ ସାଗରେ
ଥିଲି ମୁଁ ହିଁ ବତୀଘର,
ତୁମେ ନାହଁ ସିନା
ସେଇ ବତୀଘରେ
ଏବେ ଚିର ଅନ୍ଧକାର
ବତୀଘର କାହିଁ
କରିଦିଅ ମୋତେ
ତୁମ ଜୀବନର କାର୍ତ୍ତିକ-ଆକାଶ-ଦୀପ,
ନିଦ ନେଇ ମୋର
ଶୋଇଯିବ ତୁମେ
(ମୁଁ)ଜଳୁଥିବି ରାତି ଯାକ
ରାତି ଶେଷେ ଆସି
ଦେଖିବ ଯେବେ ମୋ
ଦରପୋଡା କଳା ମୁଖ,
ପ୍ରାଣପ୍ରିୟା ମୋର
ବୁଝିବ ନିଶ୍ଚୟ-
ପ୍ରେମ ପ୍ରାପ୍ତି ନୁହେଁ
ତ୍ଯାଗର ସେ ରୂପରେଖ

