STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ତୁଠ ପଥର

ତୁଠ ପଥର

1 min
235


ତୁମ ଚିରସ୍ରୋତା ଉପେକ୍ଷା ନଦୀର

ପଙ୍କ କାଦୁଅ ଭରା ପିଚ୍ଛିଳ ଖସଡ଼ା ତୁଠରେ

ଖରା ବର୍ଷା କାକରରେ ନ ହୋଇ କାତର

ଅସହାୟ ହୋଇ ପଡି ରହିଥିବା ପଥରଟିଏ ମୁଁ

ମୋ ଜାଣିବାରେ ନାହିଁ ମୋର ସ୍ବକୀୟ ପରିଚୟ

ସେଇଥିପାଇଁ ତ ତୁମ୍ଭ ପୟରେ ମୋର ଆଶ୍ରୟ!!

ସଦା ସର୍ବଦା ନୀରବ ନିଶ୍ଚଳ ନିଥର ନିପ୍ପ୍ରାଣ

କଠୋର ବିବର୍ଣ୍ଣ ଶିଳା ଖଣ୍ଡଟିଏ ମୁହିଁ ମାତର

ଦେହରେ ମୋହର ଅଗଣିତ ପଦାଘାତର

ଲୋମଟାଙ୍କୁରା ଅଲିଭା ଭାସ୍ବର ସ୍ବାକ୍ଷର

ତଥାପି ରହିଛି ଚାହିଁ ଅପଲକ ନୟନରେ

ଆଗମନର ପଥକୁ ତୁମ୍ଭର ଚାତକ ପରାୟ

ଆର୍ଦ୍ର ଚିତ୍ତେ ହୋଇ ଏକନିଷ୍ଠ ନିର୍ବିକାର!!

ମାଗି ନାହିଁ କେବେ ତୁମର ସେନେହ

ଆଦର ମାନ ସନମାନ ଅବା ଆପଣାର

ଯୁକ୍ତିଯୁକ୍ତ ନ୍ୟାୟ ସଙ୍ଗତ ଅଧିକାର

ବସାଇନି ଭାଗ କେବେ ତୁମ ପ୍ରିତୀ ସୋହାଗରେ

ବିଡ଼ମ୍ବିତ ଭାଗ୍ୟ ନେଇ ବଞ୍ଚିବାର ଆଶାଦୀପ

ଦିକ୍ ଦିକ୍ ହୋଇ ଜଳୁଛି ମୋ ହୃଦୟର

କେଉଁ ଅନ୍ଧାରୀ କୋଣରେ ମୋତେ ଆଗୋଚର

ଭୂମିଗତ ମୁହିଁ ଗୁରୁଭାରେ ଉଠିବାକୁ ଯୁ' ନାହିଁ

ଅଲୋଡ଼ା ଜୀବନର ପ୍ରତିଟି କ୍ଷଣ ଏ ପରାଣ

କେବଳ ତୁମକୁ ହିଁ ଝୁରି ଝୁରି ମରେ!!

ହେ ମହାପ୍ରଭୁ!

ତୁମ ମହିମା ଅପାର ମୁହିଁ ଯେ' ଅକିଞ୍ଚନ

ଅଧମ ନରାଧାମ ଛାର କିଙ୍କର ତୁମ୍ଭର

ଭାଗ୍ୟହୀନ କାହିଁ ବା କରିବି ଅକାରଣ

ବୃଥା ଆସ୍ଫାଳନ ମନ୍ଦ ବୁଦ୍ଧିରେ ମୋହର

ମନେ ମନ୍ଦିରେ ବହି ଅସମ୍ଭବ ଆଶା

ଅହଲ୍ଯା ସମ ତବ ପଦ୍ମ ପାଦ ସ୍ପର୍ଶରେ

ଲଭିବାକୁ ମୋକ୍ଷ ନିର୍ବାଣ ପରିତ୍ରାଣ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics