STORYMIRROR

Kishore Nayak

Children

3  

Kishore Nayak

Children

ତୁରୁତୁରିଆ ଗୁଣ୍ଡୁଚି ମୂଷା

ତୁରୁତୁରିଆ ଗୁଣ୍ଡୁଚି ମୂଷା

1 min
200

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ତୁରୁତୁରିଆ ଗୁଣ୍ଡୁଚି ମୂଷା 

ଗଛ କୋରଡରେ କରିଛି ବସା ll

ଖଳାରେ ସୁଖିଛି ଉସୁଆଁ ଧାନ 

ଖାଇବାକୁ ତା'ର ବିକଳ ମନ ll

ଚୁପୁତେ ଗଛରୁ ଓହ୍ଲାଇ ଆସେ 

ଧାନ ଖାଇ ଦେଇ ଗଛରେ ବସେ ll

ତୁରୁତୁରିଆ ଚାଲିଟି ତା'ର 

ନଥାଏ କାହାକୁ ଟିକିଏ ଡର ll

ପାଖକୁ ତା'ର ଗଲେଟି ଧାଇଁ 

ଲାଞ୍ଜକୁ ଜାକି ଯାଏ ପଳାଇ ll

ବାଡ଼ିଟି ଧରି ଚମ୍ପି ମାଉସୀ 

ଧାନକୁ ତା'ର ଜଗିଲା ବସି ll

ଏଥର ଗୁଣ୍ଡୁଚି ବୁଦ୍ଧିଟି ବଣା 

ଦୁଃଖରେ ମନଟା କରିଲା ଉଣା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children