ତୁଣ୍ଡ ବାଇଦ
ତୁଣ୍ଡ ବାଇଦ
ଭାରି ଭୟ ମୋତେ ତୁଣ୍ଡ ବାଇଦକୁ
କରିପାରେ ସେଇ ନହେଲା, ହେଲାକୁ।
କେଉଁ ଦୂର ସ୍ଥାନୁ ଭାସିଆସିପାରେ
କେତେ ଯେ କଥାର ବାସନା ତାପାଖୁ।
କେମିତି, କିପରି ସାଉଁଟେ ଖବର
ତୁଣ୍ଡ ବାଇଦକୁ ଦୂରରୁ ଜୁହାର।
ମିଛରେ ଅନେକ ନହେଲା କଥାକୁ
ତୁଣ୍ଡ ବାଇଦଯେ, ଉଡାଏ ପଦାକୁ।
କାହାର ଭଉଣୀ କୁଆଡେ ଯେ ଗଲା
ତୁଣ୍ଡ ବାଇଦ ରେ ଫେରାର ସେ ହେଲା।
କାହାର ମାଇପ କା ସାଥେ ବୁଲିଲା
ତୁଣ୍ଡ ବାଇଦ କୁ ଜଣା ପଡିଗଲା।
ମାଆକୁ ମାରିଲା ପୁଅ ସେ କାହାର
ଘଡିଏ ଭିତରେ ପ୍ରଘଟ ଖବର।
କିଏ କେଉଁ ଠାରେ ଲାଞ୍ଚ ମାଗୁଥିଲା
ତୁଣ୍ଡ ବାଇଦ ରେ ଧରାପଡିଗଲା।
ମାଆ ଲୋ ମାଆ, ତୁଣ୍ଡ ବାଇଦ ଠାରୁ
ପାରିବୁ ଯଦି ଦୂର ରେ ତୁ ଥାଆ।
ଉଡେଇ, ବୁଡେଇ ଥୋଇବ ଯେବେ ଲୋ
ଲାଜ ସରମରେ ମରିବା ଆଗେ ଲୋ।
ଶିକ୍ଷିତ ଓ ଜ୍ଞାନୀ ସଭିଏଁ ସମାନ
ତୁଣ୍ଡ ବାଇଦକୁ କରନ୍ତି ସମ୍ମାନ।
ଶିକ୍ଷିତ ବୋଲି କିଏ ଲାଜ କରନ୍ତିନି
ତୁଣ୍ଡ ବାଇଦକୁ ପାଖୁ ଦୂରାନ୍ତିନି।
କି ଜ୍ଞାନୀ, କି ଧନୀ କି ଭଦ୍ର, ଅଭଦ୍ର
ସମସ୍ତେ ଖୋଜନ୍ତି ପର ଖୁଣ,ଛିଦ୍ର।
ତୁଣ୍ଡ ବାଇଦ ଯେ ନୁହଁଇ ଆଜିର
ତାହାର ଜନମ ଅନାଦି କାଳର ।
ଗାଁ ପୋଖରୀର ଗାଧୁଆ ତୁଠରେ
ମାଇପେ ମାତନ୍ତି ତୁଣ୍ଡ ବାଇଦରେ।
ଗାଉଁଲି ମାଇପେ ଘରୁ ନବାହାରି
ସବୁ ଜାଣିଥାନ୍ତି, ଜେମସ ବଣ୍ଡ ପରି।
ସାହିରୁ, ସାହିକୁ ତୁଣ୍ଡ ବୁଲୁଥାଏ
ଟିକେ ଦେଖିଲେ ଢାଉଁ ଢାଉଁ ବଜାଏ।
ଧନ୍ୟ,ଧନ୍ୟ ତୁହି ଲୋ ତୁଣ୍ଡ ବାଇଦ
ମାଡିଯାଇ ବଜାଉ ତୁ ଗାଁ ଚଉଦ।