ତୁମରି ସ୍ମୃତିରେ
ତୁମରି ସ୍ମୃତିରେ
ତୁମପାଇଁ ମୁଁ ଯେ କଅଣ ଲେଖିବି
କିଛି ଜାଣି ପାରୁନାହିଁ
ମନ ଆକାଶରେ ଦୁଃଖର କାଳିମା
ବାଦଲ ଯାଇଛି ଛାଇ ।
କିଏ ପୋଛିଦେବ ଆଖିର ଲୁହକୁ
ଓଠରେ ଭରିବ ହସ
ସକାଳ ହୋଇଲେ ଚାହା ଦିଅ ବୋଲି
ଡ଼ାକିବ ଆସି ମୋ ପାଶ ।
ମନକଥା ବୁଝି ଦରକାର ଯାହା
ନ କହୁ ଣୁ ଆଣିଦେବ
ଦେହ ଖରାପରେ ପାଶରେ ବସି କି
ମୋ ମୁଣ୍ଡ କୁ ଆଉଁସି ବ ।
ସାଙ୍ଗ ସାଥି, ଚିହ୍ନା ଜଣା ଲୋକଟିଏ
ଘରକୁ ଆସିବେ ଯେବେ
ଆଦର ଯତ୍ନରେ ଅତିଥି ସତ୍କାର
ଆଉ କେହି ନ ପାଇବେ ।
ସମସ୍ତଙ୍କ ମନ କଥା ବୁଝୁଥିଲ
ଯାହାର ଯେମିତି ଇଚ୍ଛା
କିଣି ଆଣି ଦେଉଥିଲ ସାଙ୍ଗେ ସାଙ୍ଗେ
ଥାଉ ନ ଥାଉ ପଇସା ।
ପର ଉପକାର କରୁଥିଲ ନିଜ
ଜୀବନକୁ ଦେଇ ବାଜି
ଏତେ ଭଲ ପାଉଥିଲ ସମସ୍ତଙ୍କୁ
କେଉଁଆଡେ ଗଲ ହଜି ।
ଭାବିଦେଲେ ତୁମ କଥା ନୟନରୁ
ନୀର ଧାର ବହୁଅଛି
ଲେଖିଲା ବେଳକୁ ହାତରୁ ମୋହର
କଲମ ଖସି ପଡୁଛି ।
ନିର୍ଭୀକ, ସାହସୀ, ଅନ୍ୟାୟ ବିରୋଧୀ
ନ ଥିଲା କାହାକୁ ଭୟ
ତୁଣ୍ଡରୁ ବାହାରୁଥିଲା ସବୁବେଳେ
ଧର୍ମର ହେବ ଜୟ ।
ତୁମ ପରି ଏକ ବିରଳ ବ୍ୟକ୍ତିତ୍ୱ
ନେତ୍ର ମୋର ଦେଖିନାହିଁ
ସଂସାର ସାଗରୁ ଜୀବଯାଉ ମୋର
ତୁମରି ସୁଗୁଣ ଗାଇ ।