STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପିତୃ ଦିବସର ଶ୍ରଦ୍ଧାଞ୍ଜଳି

ପିତୃ ଦିବସର ଶ୍ରଦ୍ଧାଞ୍ଜଳି

1 min
200

ପିତ୍ରୁ ଦିବସରେ ଶ୍ରଦ୍ଧାଞ୍ଜଳି ମୋର

ଅର୍ପଣ କରୁଛି ବାପା,

ତବ ପ୍ରତିମୂର୍ତ୍ତି ମନେ ରହି ଥାଉ

ଆଶିର୍ବାଦ ଦିଅ ବାପା।


ସମ୍ପନ୍ନ ହୋଇଛି ପରିବାର ଆମ

ଆଶୀର୍ବାଦ ତବ ଏଠି,

ଖୁସିରେ ଅଛନ୍ତି ନାତୀ ଓ ନାତୁଣୀ

କର୍ତ୍ତବ୍ୟେ ଜଡ଼ିତ ଏଠି।


ତବ ଅନୁଦାନ ସତ୍ୟମାର୍ଗେ ସଦା

ଜୀବନ ଜାପନ ଆମ,

ଧର୍ମପଥେ ସଦା ରହି ଅଛୁ ଆମେ

ପ୍ରଭୁ ଭକ୍ତି ସଦା ଆମ।


ଜୀବନେ ଦର୍ପଣ ଥିଲ ବାପା ଦିନେ

ସବୁତ ତୁମ୍ଭର ଦେନ,

ଛାଡି ନାହିଁ ବାଟ ତୁମ୍ଭର ହିଁ ବାଟ

ବିୟୋଗେ କାଟୁଛୁ ଦିନ।


ମର୍ମାହତ କଲା ଜୀବନେ ମୋହର

ଅତି ଦୁଃଖାକୁଳ କଲେ

ଦୁଇ ଭଉଣୀ ମୋ ଛାଡି ଚାଲି ଗଲେ

ପ୍ରଭୁ ଚରଣେ ମିଶିଲେ।


ଅନନ୍ଦବାଲା ଓ ଵରୁଣ ଭଉଣୀ

ବଡ଼ ଭଉଣୀ ମୋ ଥିଲେ,

ଖୁସି ଆନନ୍ଦରେ ସଂସାର ପୁରିଛି

ଛାଡ଼ି ସେହୁ ଚାଲି ଗଲେ।


ପାଞ୍ଚ ମାସ ମଧ୍ୟେ ଦୁହିଁଙ୍କର ମୃତ୍ୟୁ

ପ୍ରାଣରେ ଯନ୍ତ୍ରଣା ଦେଲା,

ଜନ୍ମ ହେଲେ ମୃତ୍ୟୁ ଅବଶ୍ୟ ହୋଇବ

ଭାଗ୍ୟର ଲିଖନା ହେଲା।


ତହରୀ ସଂସାର କଥା କହୁଅଛି

କର୍ତ୍ତବ୍ୟ ହିଁ ଏହା ମୋର,

ତବ ପଥେ ସଦା ଭକ୍ତି ରହି ଥାଉ

ଏତିକି ଗୁହାରି ମୋର।


ଯାହା ମୁଁ କରୁଛି ତବ ଅବଦାନ

ବିଚଳିତ ନୋହୁଁ ପ୍ରାଣ,

ତବ ଶ୍ରୀଚରଣେ ଭକ୍ତି ରହି ଥାଉ

କର୍ତ୍ତବ୍ୟ ଜଡ଼ିତ ପ୍ରାଣ।


ପିତୃ ଦିବସରେ ଶ୍ରଦ୍ଧାଞ୍ଜଳି ମୋର

ଅର୍ପଣ କରୁଛି ବାପା,

ତବ ପ୍ରତିମୂର୍ତ୍ତି ମନେ ରହି ଥାଉ

ଆଶିର୍ବାଦ ଦିଅ ବାପା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract