ଏମିତି ହୁଅନ୍ତା କି
ଏମିତି ହୁଅନ୍ତା କି
ଏମିତି ହୁଅନ୍ତା କି ?
ଏ ବିଶ୍ବ ଅମୃତମୟ
ହୋଇ ଉଠନ୍ତା
କଳ କଳ ନାଦରେ
ମନ୍ଦାକିନିର ପବିତ୍ର
ଝର ବୋହିଯାନ୍ତା
କୃଷ୍ଣଚୂଡାର ରଙ୍ଗରେ
ସୁଖ ଶାନ୍ତି ର ପାଖୁଡା
ଝଡି ପଡନ୍ତା
ମଙ୍ଗଳମୟ ଶଙ୍ଖ ଧ୍ବନୀ
ବାଜି ଉଠାନ୍ତା ତରଙ୍ଗାୟିତ
ଧ୍ବନି ରେ ଚତୁର୍ଦ୍ଦିଗ
ଗୁଞରୀ ଉଠନ୍ତା
ମଧୁମୟ ସମାବେଶ
ହୃଦୟ ମନ୍ଦିରେ ଦେବତୁଲ୍ଯ
ପବିତ୍ରତା ଭରି ଉଠନ୍ତା
ଉଲ୍ଲାସ ମନେ ସ୍ମୃତି ର ପଲକ
ମିଠା ମିଠା କଥା କହି ଉଠନ୍ତା
ଉନ୍ମାଦନାର ଶିହିରଣରେ
ବଞିବାର ସୂତ୍ର ଧରା ଦିଅନ୍ତା ।