ତୁମରି ସ୍ମୃତିରେ...
ତୁମରି ସ୍ମୃତିରେ...
ମୁଁ ଯେ କବି ତୁମର ଗୋ ତୁମେ ମୋ କବିତା,
ମୁଁ ଭାବୁକ ଦୀପଟିଏ ତୁମେ ମୋ' ସଳିତା ।
ଯେହ୍ନେ ଉର୍ମିଳା ପରେ ଉଦିତ ସବିତା।
ପୂର୍ଣ୍ଣିମା ଆକାଶ ତୁମେ ଜୋଚ୍ଛନା ର ଛିଟା ।
ନିରୁତା ପ୍ରେମ ର ତୁମେ ଶାଶ୍ବତ କରିସ୍ମା
ପାହାଡି କନ୍ୟା ପ୍ରାୟେ ଗୋ' ନିର୍ଝର ଉପମା।
ଜ୍ୟୋତ୍ସ୍ନା ଭିଜା ଶରଦର ଉଜ୍ଜ୍ୱଳ ଚନ୍ଦ୍ରମା
ନନ୍ଦନବନ ର ତୁମେ ଅପୂର୍ବ ଗାରିମା ।।
ଶୀହରିତ ତନୁମନେ ପ୍ରୀତିର ଝରଣା
ଅନବଦ୍ୟ କାବ୍ଯଧାରା କବିର କଳ୍ପନା ।
ଅଲେଖା କାଗଜ ପୃଷ୍ଠେ ଲେଖନୀର ଗାର
କୋଣାରକ ଦେହେ ତୁମେ ପ୍ରେମ ଅଙ୍ଗୀକାର।
ଚକୋରୀ ପରାଏ ମୁହିଁ ଏ ବର୍ଷା ରାତିରେ
ଲେଖୁଛି ଶୃଙ୍ଗାର ଗାଥା ତୁମରି ସ୍ମୃତି ରେ ।।
