STORYMIRROR

Kulamani Sarangi

Classics

3  

Kulamani Sarangi

Classics

ତୁମରି ଅନୁମତି ନହେଲେ

ତୁମରି ଅନୁମତି ନହେଲେ

1 min
167


ତୁମରି ଅନୁମତି ନ ହେଲେ,

ଗଛରେ ଏକ ପତ୍ର ନ'ହଲେ,

ତୁମେ ହସିଲେ ଗୋଲାପ ହସେ,ତୁମେ ଋଷିଲେ ଧରା ଚହଲେ।


ତୁମ ଆଦେଶେ ମେଘ ବରଷେ,

ତୁମେ କହିଲେ ଚାନ୍ଦିନୀ ହସେ,

ତୁମ ଆଦେଶେ ଏ'ଧରାଦେଶେ ରବି କିରଣ ଢାଳେ ପହିଲେ।


ଗଛରେ ତୁମେ ଦେଇଛ ଫଳ,

ନଦୀ ବୁକୁରେ ଭରିଛ ଜଳ,

ତୁମେ କହିଲେ ବାରିଦ କୋଳେ ପ୍ରକୃତି ହସେ ବିଜୁଳି ଛଳେ।


ତୁମ ଆଦେଶେ ଏ ମାଟି ମାଆ,

ଦେଉଛି ଯିଏ ମାଗୁଛି ଯାହା,

ଛାତି ନିଃଶ୍ବାସ ମନ ବିଶ୍ବାସ ଦେଇଛ ଦେହ ଗଢିଲା ବେଳେ।


ମାଆର ଲୁହ ଦେଇଛ ତୁମେ

ବାପର ସ୍ନେହ ପିତୃତ୍ବ ନାମେ,

ସବୁ ହୃଦରେ ଭରି ଦେଇଛ ପ୍ରେମ ବନ୍ଧନ ସର୍ଜନା କାଳେ।


ଦେଇଛ କ୍ରୋଧ ଦେଇଛ ଲୁହ,

ଦେଇଛ ମାୟା ଦେଇଛ ମୋହ,

ତୁମେ ପୁରୁଷ ପ୍ରକୃତି ବିଶ୍ବ ସବୁ ସମ୍ଭବ ତୁମେ ଚାହିଁଲେ।


ଏହି ସଂସାର ମହା ସାଗର ,

ତଟେ ସୁନ୍ଦର ବାଲିର ଘର

ଗଢୁଛ ଯେତେ ଭାଙ୍ଗୁଛ ସେତେ ନପାରେ ଜାଣି କେଉଁ ଖିଆଲେ !!


ବିଚିତ୍ର ଲୀଳା ତୁମ ସୃଷ୍ଟିର,

ବୁଝିନପାରେ ମୁରୁଖ ଛାର,

ନିଆଁ ଖପରା ବାଇଆ ହାତେ ଦେଇଛ ତୁମେ କି ଭାବ ଭୋଳେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics