ତୁମର ସ୍ପର୍ଶ
ତୁମର ସ୍ପର୍ଶ
ତୁମର ସ୍ପର୍ଶ ଏତେ ରସସିକ୍ତ ଯେ ସାଉଁଟି
ଆଣିଲେ ସ୍ନିଗ୍ଧ ଶ୍ୟାମଳିମା ପାଲଟି ଯାଏ ।।
ତୁମର ସ୍ପର୍ଶ ଏତେ ମଧୁମୟ ଯେ
ସ୍ନିଗ୍ଧ ପରଶରେ ଫୁଟେ ପ୍ରିତିର କଦମ୍ବ ।।
ତୁମ ସ୍ପର୍ଶ ଦାତାଙ୍କ ଆଶୀଷ ପରି
ଏତେ ମଙ୍ଗଳମୟ ଯେ ତାପର ସନ୍ତାପ
ଭୁଲି ହସି ଉଠେ ସୃଷ୍ଟିର ସମ୍ଭାର ।।
ତୁମର ସ୍ପର୍ଶ ଏତେ ମଧୁମିଶା ଯେ
ଶୁଷ୍କ ମରୁ ବି ପଲ୍ଲବୀ ଉଠେ ।।
ତୁମକୁ ଛୁଇଁ ବାକୁ ଇଛା ହୁଏ ଭାରି ହେଲେ
ତୁମେ ସରମୀ ଯାଅ ଲାଜକୁଳୀ ଲତା ପରି ।।
ସତରେ ମୋ ପାଇଁ ତୁମେ ସୃଷ୍ଟିର ସୁନ୍ଦର ଉପହାର
ପ୍ରିତି ଓ ଆଶୀଷର ସୌମ୍ୟ ସମାହାର ।।