STORYMIRROR

Sunanda B Mohapatra

Abstract

2  

Sunanda B Mohapatra

Abstract

ତୁମକୁ ମୁଁ କେତେ ଭଲ ପାଏ

ତୁମକୁ ମୁଁ କେତେ ଭଲ ପାଏ

1 min
13.7K


ଏଇ ଦେଖୁନ......

ସକାଳର ଚା କପ୍ ଟା ଓଠକୁ ନେବା ମାତ୍ରେ

ତୁମେ ଏତେ ବେଶି ମନେପଡ଼ ଯେ,

କେବେ ଅନ୍ୟମନସ୍କତାରେ

ଓଠ ପୋଡି ଯାଏ ତ,

କେବେ ଥଣ୍ଡା ଚା'ରେ

ବାସିରୁଟି ବୁଡ଼େଇ ଖାଏ ।

କେବେ ପୁଣି ଉଷୁମ ବାମ୍ଫରେ ଲୁହ ସବୁ

ବାଷ୍ପ ହୋଇ ମିଳେଇଯାଏ ।

ଏତିକି ପ୍ରମାଣ କ'ଣ ଯଥେଷ୍ଟ ନୁହେଁ

ମୋ'ର ଏ ନିତିଦିନ ଝୁରିବା ପଣରୁ......

ତୁମକୁ ମୁଁ କେତେ ଭଲ ପାଏ ??


Rate this content
Log in

Similar oriya poem from Abstract