STORYMIRROR

Amulya Kumar Nayak

Romance

4  

Amulya Kumar Nayak

Romance

ତୁମକୁ ଦେଖିଲେ

ତୁମକୁ ଦେଖିଲେ

1 min
172


ତୁମକୁ ଦେଖିଲେ

   ଫଗୁଣ ଦେହରେ

ଲାଗିଯିବ ପ୍ରୀତି ନିଆଁ,

ତୁମକୁ ଦେଖିଲେ

   ନିଦାଘ ବୈଶାଖେ

ବହିବ ବସନ୍ତ ବାଆ ।


ତୁମକୁ ଦେଖିଲେ

   ଶ୍ରାବଣେ ବହିବ

କେତେ ଯେ ମୌସୁମୀ ହାଓ୍ବା,

ତୁମକୁ ଦେଖିଲେ

   ଅମାନିଆ ମନ

କା'କୁ ଭାବିବନି ପ୍ରିୟା ।


ତୁମକୁ ଦେଖିଲେ

   ଗୋଲାପ କଢିଟା

ଲାଜରେବି ଯିବ ସରି,

ତୁମକୁ ଦେଖିଲେ

    ପୁନେଇଁ ଚାନ୍ଦର

ଜୋଛନା ବି ଯିବ ମରି ।।


Rate this content
Log in

Similar oriya poem from Romance