Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Romance

3  

Rama chandra Pradhan

Romance

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ

1 min
231


ଗପିବାକୁ ମୋତେ ଭଲ ଲାଗେ ନାହିଁ

କେବେ ତ କାହା ସାଥିରେ

ହେଲେ କାହିଁ ଆଜି ବେଶି ମୁଁ ଗପୁଛି

ତୁମକୁ ଦେଖିଲା ପରେ l

ଚାହିଁବାକୁ ମୋତେ ଭଲ ଲାଗେ ନାହିଁ

କେବେ କାହାକୁ ଆଖିରେ

ହେଲେ କାହିଁ ଆଜି ବେଶି ମୁଁ ଚାହୁଁଛି

ତୁମକୁ ଦେଖିଲା ପରେ l

ହସିବାକୁ ମୋତେ ଭଲ ଲାଗେ ନାହିଁ

କେବେ ତ କାହା ପାଖରେ

ହେଲେ କାହିଁ ଆଜି ବେଶି ମୁଁ ହସୁଛି

ତୁମକୁ ଦେଖିଲା ପରେ l

ଲେଖିବାକୁ ମୋତେ ଭଲ ଲାଗେ ନାହିଁ

କେବେ କାହା ବିଷୟରେ

ହେଲେ କାହିଁ ଆଜି ବେଶି ମୁଁ ଲେଖୁଛି

ତୁମକୁ ଦେଖିଲା ପରେ l

ଭାବିବାକୁ ମୋତେ ଭଲ ଲାଗେ ନାହିଁ

କେବେ ତ କାହା କଥାରେ

ହେଲେ କାହିଁ ଆଜି ବେଶି ମୁଁ ଭାବୁଛି

ତୁମକୁ ଦେଖିଲା ପରେ l

ସତ ମୁଁ କହୁଛି ବଦଳି ଯାଇଛି

ସବୁ ଭୁଲି ଜୀବନରେ

ଖୋଜୁଅଛି ତୁମ ମଧୁର ପରଶ

ତୁମକୁ ଦେଖିଲା ପରେ l



Rate this content
Log in

Similar oriya poem from Romance