ତୁମକୁ ଭଲ ପାଇଥିବା କାରଣରୁ
ତୁମକୁ ଭଲ ପାଇଥିବା କାରଣରୁ
ଭୁଲ୍ ବୁଝିବନି ମୋତେ କହୁଛି ସବୁ ସତ
ଫାଙ୍କିବା ପାଇଁ ଅବା ଠକିବା ପାଇଁ ତୁମକୁ
ଆଜି ଏ କଥା କହୁ ନାହିଁ ମୁଁ ଏମିତି
ଅତି ଜରୁରୀ ଓ ଅତ୍ୟାବଶ୍ୟକ ଭାବି
ସିଦ୍ଧାନ୍ତ ନେଇ ଜଣାଇବାକୁ ହେଉଛି ବାଧ୍ୟ
ନିରପେକ୍ଷ ବିଚାର କରିବ ବୋଲି ଆଶା
ଏ ଯାଏଁ ଯା' ବି ସମସ୍ୟା ହୋଇଛି
ପୁଣି ଆଗକୁ ଆହୁରି ବି କ'ଣ କ'ଣ ହେବ
ସବୁ ତୁମକୁ ଭଲ ପାଇଥିବା କାରଣରୁ
ଆମ ଘରେ କେହି ବି ଚାହାଁନ୍ତି ନାହିଁ
ତୁମର ମୋର ଏ ଭଲ ପାଇବା
ଜନ୍ମ କଲା ମାଆ କାନ୍ଦୁଛି ଲୁହ ଝରାଇ
ଅତି ଶ୍ରଦ୍ଧାରେ ମଣିଷ କରିଥିବା ବାପା ମୋର
ଦୁ଼ଃଖରେ ଭାଙ୍ଗି ପଡ଼ି ଚିନ୍ତା କରୁଛନ୍ତି ବହୁତ
ଭାଇ ଭଉଣୀମାନେ ବି ହସି ପଦେ
କଥା କହୁ ନାହାଁନ୍ତି ନ ପଚାରିଲେ କିଛି
ଯେତେ ଚିହ୍ନା ଜଣା ପଡ଼ୋଶୀ ପ୍ରତିବେଶୀ
ବାଟରେ ଚାଲି ଗଲେ ନାକ ଟେକୁଛନ୍ତି
ମୋ ଭଲ ପାଇବାରେ ଏତେ ସବୁ ପ୍ରତିବାଦ
ଏବେ କୁହ ସମସ୍ତଙ୍କୁ ଛାଡି ଏକା ଏକା
ତୁମକୁ ନେଇ କ'ଣ ଭଲରେ ବଞ୍ଚିବା ସମ୍ଭବ କି
ହୁଏତ ତୁମେ କହି ପାର ମୋତେ ସ୍ଵାର୍ଥପର
କିନ୍ତୁ ଭାବ ତୁମର ଏ ସ୍ଵାର୍ଥ ନୁହେଁ କି
ବାପା ମାଆ କେବେ ଖରାପ ଚାହାଁନ୍ତି ନାହିଁ
ତାଙ୍କୁ ଭୁଲିଯାଇ ତୁମକୁ ନିଜର କରିବି
ଧ୍ରୁଷ୍ଟତାର ସହିତ ମୋର ଏ ସ୍ବେଚ୍ଛାକୃତ କାର୍ଯ୍ୟ
ମୁଁ କେବେ କରି ପାରିବିନି ଅନ୍ଧ ଭାବରେ
ଯେଉଁ ଭଲ ପାଇବାରେ ନାହିଁ କାହାରି ମତ
କି ନାହିଁ ମୋ ଶୁଭାକାଂକ୍ଷୀଙ୍କର ସମର୍ଥନ
ସେ ଭଲ ପାଇବା କେବେ ନୁହେଁ ଶୁଭଙ୍କର
ତୁମକୁ ଆଉ କ'ଣ କହିବି ଅଧିକ
ଭଗବାନ ଚାହୁଁ ନାହାଁନ୍ତି ଆମର ଏ ସଂପର୍କ
ତୁମେ ଭାବି ଦେଖ ନିଷ୍ଠୁର ବାସ୍ତବତାକୁ ମାନ
ହୃଦୟର ସହିତ ଅନୁଭବ କର ଏତିକି
ଜୀବନ ପାଇଁ ଲୋଡ଼ା ହୁଏ ଭଲ ପାଇବା
ଯେଉଁଠି ଜୀବନ ଜୀବନ ପରି ବଞ୍ଚି ରହିବ ନାହିଁ
ସେଠି ଭଲ ପାଇବାର ମୂଲ୍ୟ କ'ଣ ଅଛି କି ।

