STORYMIRROR

puja pradhan

Romance Tragedy

3  

puja pradhan

Romance Tragedy

ତୁମକୁ ଅପେକ୍ଷା

ତୁମକୁ ଅପେକ୍ଷା

1 min
398

ଲେଖୁଛି ଲେଖିବି ଲେଖିଚାଲିଥିବି

   ଶେଷନିଶ୍ୱାସ ଥିବା ଯାଏଁ

 ଚାହିଁଛି ଚାହିଁବି ଚାହିଁରହିଥିବି

    ତୁମେ ନ ଆସିବା ଯାଏଁ

 ମନଗହନର କେତେ କଥା ଅଛି

    ତୁମକୁ କହିବା ପାଇଁ

  ସବୁରାଗରୁଷା ସବୁ ଅଭିମାନ

    କେବଳ ତୁମରି ପାଇଁ

    ତୁମେ ମୋ ଆରମ୍ଭ ତୁମେହିଁ ମୋଶେଷ

       ତୁମବିନା ମୁଁ କିଛି ନାହିଁ

  ପାଇଛି କେତେମୁ ହରେଇଛି ଯାହା

     ସେ କଥା ମୁଁ ଜାଣି ଥାଏ

   ଅନ୍ତର ଆତ୍ମା ସଦା କହୁଥାଏ

     ମୁଁ ତୁମକୁ ଭଲପାଏ

  କେତେଦିନ ପାଇଁ ମୋର ଏ ଅପେକ୍ଷା

     କିଛିବି ମୁଁ ଜାଣେନାହିଁ

  ଅମାନିଆ ଲୁହ ବୋହିଚାଲିଥାଏ

    ଝରୁଥାଏ ବାରମ୍ବାର

  ଯେତେ ଦୂରେ ତୁମେ ଥାଅ ପଛେ ସାଥୀ

     ମୋ ମନ ସଦା ତୁମର

  ତୁମରି ପ୍ରେମରେ ଏହିପରି ସାଥୀ

      ବିତୁ ଥାଏ ରାତି ଦିନ

    ଜାଣେନାହିଁ କେବେ ସରିବ ଅପେକ୍ଷା

      ଆସିବ ସେ ଶୁଭ ଦିନ

  ସେଇ କଥା ଭାବି ମନେ ମନେ

     କେତେ ଗୀତ ଲେଖୁ ଥାଏ

 ମୋ ମନ ଭାବନା ତୁମ କଥା ଭାବି

   ମୋତେ ଖାଲି କହୁଥାଏ

 ଇଶ୍ୱର କରନ୍ତୁ ପହିଯାଉ ରାତି

    ଆସିଯାଉ ଶୁଭଦିନ

  କେତେ ଯେ ବେଦନା ଭରିଛି ମନରେ

     ଜାଣିଛି ମୁଁ ଓ ମୋର ଏହି ମନ

  

 

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance