STORYMIRROR

Lipsa Acharya

Abstract

3  

Lipsa Acharya

Abstract

ତୁମେଏକାମୋର

ତୁମେଏକାମୋର

1 min
224

ଶୂନ୍ଯତାକୁ ପଚାରେ ଯେବେ ମୁଁ କିଏ ତୁମର

ପ୍ରତିଧ୍ବନି ସିନା ଶୁଣାଏ ମୁଁ ଏକା ତୁମର

କଣ ସତରେ ମୁଁ ତୁମର

ସମ୍ପର୍କ କୁ ପାଦରେ ଦଳିଦେଇ ଯିବା ଆଗରୁ

କହିଦେଇ ଯାଅ ଥରେ , ଭୁଲ୍ କାହାର


ମୁଁ ତୁମକୁ ଭଲପାଇବାର ବନ୍ଧନରେ

ବାନ୍ଧି ପରାଲି ନାହିଁ ,ଚାଲିଗଲ ତୁମେ ମୁକ୍ତ ଚଢେଇଟିଏ ହେଇ

ସୁନାର ପଞ୍ଜୁରୀ ସିନା ତମ ମନରେ ଲୋଭ ସୃଷ୍ଟି କଲାନି

ହେଲେ, ମୋ ଗଭୀର ପ୍ରେମ ତମ 

ମନରେ ଜାଗାଟିଏ ତିଆରି କରିପାରିଲା ନାହିଁ


ତମେ ଗଲାପରେ ମଉଳି ଯାଇଚ୍ଥି ସ୍ବପ୍ନସବୁ

ଆଜି ନିରବତା ହଁ ନିରବତା ଆଖିର ଭାଷା ରେ

ଫଗୁଣର ରଙ୍ଗ ସବୁ ଫିକା ପଡିଗଲାଣି

ତଥାପି ଏ ମଉଳା ସ୍ବପ୍ନ, ଶବ୍ଦ ହୀନ ଭାଷା, ଫିକା ଅବିର

ଶୂନ୍ଯତାରେ କହି ବୁଲନ୍ତି

ମୁଁ ଏକା ତୁମର ଆଉ ତୁମେ ଏକା ମୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract