ତୁମେ
ତୁମେ
ଜୀବନଟା ଥିଲା ଫିକାଫିକା ମୋର
ତୁମେ ଦେଲ ରଙ୍ଗ ଭରି,
ସଂସାର ପଥରେ ଚାଲିବା ଶିଖିଲି
ସାଥି ତୁମ ହାତ ଧରି |
ମନ ଚାହୁଁଥିଲା ଯେମିତିକା ସାଥି
ମିଳିଗଲା ସିନା ମୋତେ,
ତୁମକୁ ପାଇ ମୁଁ ସବୁ ଭୁଲିଗଲି
ଦୁଃଖ ଥିଲା ମନେ ଯେତେ |
ଚାଲୁଥିବା ପଥ ହାତେ ଛନ୍ଦି ହାତ
ରହିଥିବା ସଂଗେ ସଂଗେ,
ଯେତେ ଝଡଝଞ୍ଜା ଆସିଲେ ପଥରେ
ଡରିଯିଵା ନାହିଁ କେଵେ |
ସୁଖ ଦୁଃଖ ସବୁ ଅଧା ଅଧା ବାଣ୍ଟି
ସହିଯିଵା ହସି ହସି,
ସଂଗେ ଥିଲେ ତୁମେ ନିରସ ଜୀବନେ
ସଦା ମିଳୁଥିବ ଖୁସି |
ଲୋଡ଼ାନାହିଁ ଧନ ସୌଖିନ ଜୀବନ
ଯେତିକି ମିଳିଛି ଖୁସି,
ତୁମ ସଂଗେ ମୋର ବିତିଯାଉ ସାଥି
ସୁଖ ଦୁଃଖ ଦିନ ରାତି |
ଶେଷ ଜୀବନରେ କୋଳେ ମଥାରଖି
ନିଦରେ ଯାଏ ମୁଁ ଶୋଇ,
ବିଦାୟ ବେଳରେ ମଥାରେ ସିନ୍ଦୁର
ହସ୍ତେ ଶଙ୍ଖା ଥାଉ ରହି |

