STORYMIRROR

Snigdha Nayak

Romance Fantasy

3  

Snigdha Nayak

Romance Fantasy

ତୁମେ

ତୁମେ

1 min
207

ତୁମେ ମୋ ଦିବସ୍ବପ୍ନର ନାୟକ 

ତୁମେ  ମୋ ଭଗ୍ନ ହୃଦୟର ଖଳନାୟକ ।

ତୁମେ ମୋ ଆଖିର  ସ୍ଵପ୍ନିଳ ତାରା

ତୁମେ ହିଁ ବିରହର ଶ୍ରାବଣ ଧାରା ।

ତୁମେ ମୋ ହୃଦୟର ପରିଭାଷା

ତୁମେ ହିଁ ଆଶା ତୁମେ ହିଁ ନିରାଶା ।

ତୁମେ ମୋ ବଧୂ ବେଶର ଶଙ୍ଖା ସିନ୍ଦୁର

ତୁମେ ହିଁ ବୈଧବ୍ୟର ରଂଗହୀନ ଅବିର ।

ତୁମେ ମୋ ପ୍ରେମର ଓଢଣ।

ତୁମେ ହିଁ ଉଲଗ୍ନ ପ୍ରେମର ପ୍ରତାରଣା ।

ତୁମେ ନବ ଯୌବନର ଆକର୍ଷଣ

ତୁମେ ହିଁ  ବାର୍ଦ୍ଧକ୍ୟର ଶିହିରଣ ।

ମୋ ପ୍ରେମର ଉଁଇଲା ସୁରୁଜ ତୁମେ

ମୋ ଅପେକ୍ଷାର ଅନ୍ତିମ ବି ତୁମେ ।

ମୋ ଜୀବନର ପ୍ରଥମ ଅକ୍ଷର ତୁମେ

ମୋ ଲିଖନୀର ପୂର୍ଣଛେଦ ବି ତୁମେ

ମୋ ହୃଦୟର ସ୍ପନ୍ଦନ ତୁମେ

ମୋ ବଞ୍ଚିବାର କାରଣ ବି ତୁମେ

ତୁମେ ମୋ ସଞ୍ଜ ତୁମେ ହିଁ ସଳିତା

ତୁମେ ହିଁ କୂଳ ତୁମେ ହିଁ ସରିତା

ତୁମେ ମୋ ଲେଖନୀ, ତୁମେ ମୋ କବିତା

ତୁମ ହୃଦୟ ବୃନ୍ଦାବନର ମୁଁ କି ରାଧା ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance