STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ତୁମେ

ତୁମେ

1 min
176


ତୁମେ ଚୁଲ୍-ବୁଲି ତୁମେ ଚୁଲ୍-ବୁଲି

ଲାଜକୁଳୀ ଲତା ପଡ ଝାଉଁଳି

ନାଲି ନାଲି ତୁମ ଗୋଲାପି ଓଠ ରୁ

ଫୁଲ ପରି ହସ ଯାଏ ଝରି

ସୌଦାମିନୀ ଦେହେ କ୍ଷଣପ୍ରଭା ଯେହ୍ନେ

ଅନ୍ଧାରେ ପ୍ରଦୀପ ଉଠେ ଜଳି

ତୁମେ ଚୁଲ୍-ବୁଲି ତୁମେ ଚୁଲ୍-ବୁଲି ।।


ହଳଦୀ ବସନ୍ତ ସୁନାରୀ ସୁମନ

କାଞ୍ଚନ ଲତିକା ଫୁଲ କୁମାରୀ

ତୁମ କଥା ସତେ ପୀୟୂଷ ପରସେ

ମନ କରିନିଅ ତୁମେ ଚୋରୀ

ତୁ'କି ସରଗର ଅପସରୀ କିବା

ଯକ୍ଷରାଜ କନ୍ୟା ନୀଳପରୀ

ତୁମେ ଚୁଲ୍-ବୁଲି ତୁମେ ଚୁଲ୍-ବୁଲି ।।


ତୁମରି ମନର ଗୋପନ କଥା ରେ

ମନରେ ସରଜେ ପ୍ରେମ ଭଉଁରୀ

ତୁମେ ମନ ଗୋଟେ ସୁବର୍ଣ୍ଣ ଫରୁଆ

ଗୋପନରେ ଧୀରେ ନିଅ ତୋଳି

ଫରୁଆ ଭିତର ଭଅଁର ପରା ୟେ

ମନ କୁ ମାନିନୀ ନିଅ ଧରି

ତୁମେ ଚୁଲ୍-ବୁଲି ତୁମେ ଚୁଲ୍-ବୁଲି ।। 


ନବୀନ ଜୀବନ ଯୌବନ ପ୍ରବାହ

ଅତିକ୍ରମି ଯାଉଅଛି ସୁନ୍ଦରୀ

ଭବରଙ୍ଗ ମଞ୍ଚ ଶେଷ ଅଭିନୟ

ଯବନିକା ପଡି ଆସିଲାଣି 

ଅଳପ ସମୟ ବେଶି ଅଭିନୟ

ଶେଷ ହେବ କୁହ କେଉଁ ପରି

ତୁମେ ଚୁଲ୍-ବୁଲି ତୁମେ ଚୁଲ୍-ବୁଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance