ତୁମେ
ତୁମେ
ତୁମେ ନୀଳ ଆକାଶର ତାରା
ମୁଁ ଯେ ମାଟି ତଳ ଜଳଧାରା।
ତୁମେ ପୂନେଇଁ ରାତିର ଜହ୍ନ
ଅବୁଝା ଏ, ଅମାନିଆ ମନ।
ତୁମେ କେଉଁ ଦୂର ପରବତ
ପାଏ ନାହିଁ ଛୁଇଁବାକୁ ହାତ।
ତୁମେ ସାଗରର ନୀଳ ଢେଉ
ତୁମ ସ୍ପର୍ଶ କାହିଁ ଆମେ ପାଉ?
ତୁମେ କୁସୁମର ମୃଦୁ ବାସ
ହୁଏ ନାହିଁ ବାସନାର ଶେଷ।
ତୁମେ ସୁଗନ୍ଧିତ ବସୁନ୍ଧରା
ମୁହିଁ ମେଲିଛି ସେଠି ପସରା।
ତୁମେ ସ୍ନେହ, ମମତା ର ଝର
ତୁମ ସହ ମୋର ବନ୍ଧା ଡୋର।

