STORYMIRROR

Gouri Panda

Romance

3  

Gouri Panda

Romance

ତୁମେ

ତୁମେ

1 min
223

ତୁମେ ନୀଳ ଆକାଶର ତାରା

ମୁଁ ଯେ ମାଟି ତଳ ଜଳଧାରା। 

ତୁମେ ପୂନେଇଁ ରାତିର ଜହ୍ନ 

ଅବୁଝା ଏ, ଅମାନିଆ ମନ। 

ତୁମେ କେଉଁ ଦୂର ପରବତ

ପାଏ ନାହିଁ ଛୁଇଁବାକୁ ହାତ। 

ତୁମେ ସାଗରର ନୀଳ ଢେଉ 

ତୁମ ସ୍ପର୍ଶ କାହିଁ ଆମେ ପାଉ? 

ତୁମେ କୁସୁମର ମୃଦୁ ବାସ

ହୁଏ ନାହିଁ ବାସନାର ଶେଷ। 

ତୁମେ ସୁଗନ୍ଧିତ ବସୁନ୍ଧରା 

ମୁହିଁ ମେଲିଛି ସେଠି ପସରା। 

ତୁମେ ସ୍ନେହ, ମମତା ର ଝର

ତୁମ ସହ ମୋର ବନ୍ଧା ଡୋର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance