STORYMIRROR

Rojalin Mishra

Romance Others

4  

Rojalin Mishra

Romance Others

ତୁମେ

ତୁମେ

1 min
23.4K


 

ତୁମେ,

ମୋ ପ୍ରେମର ବିିିଖଣ୍ଡିିିତ ଗୌରବ

ପୁଣି ଅନ୍ତିମ ଲଗ୍ନର ଅନନ୍ତ ନୀରବତା,

ତୁମେ,

ପ୍ରାର୍ଥନା ଭିିିତରର ପ୍ରଜ୍ଞାଦୀପ୍ତ ପ୍ରତିଧ୍ୱନି

ପୁଣି ଅଦୃଶ୍ୟେ ରହି

ବାଟ ଦେଖାଉଥିବା ଦିଗଦର୍ଶୀ ବିଧାତା ।।

ତୁମେ,

ମୋ ଜୀବନର

ସ୍ଵୀକାର କରିପାରୁ ନ ଥିବା

ଅବଧାରିତ ସତ୍ୟ,

ଆଉ ଏ ପୁଷ୍ପିତ ବସନ୍ତର

ମୁୁୁକୁଳିତ ଗଭା ପଛପଟର

ଦରଫୁଟା କଢ଼ି ପରି 

ଅପାସୋରା ଅଫେରା ଅତୀତ।।



Rate this content
Log in

Similar oriya poem from Romance