Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ତୁମେ ।

ତୁମେ ।

1 min
181



ତୁମେ ମୋ ଜୀବନ ତୁମେ ମୋ ସପନ 

     ତୁମେ ମୋ ପରାଣ ମିତ 

ତୁମ ପାଇଁ ଆଜି ଦୁନିଆ ଦେଖୁଛି 

     ଲେଖୁଛି ଆଜି ମୁଁ ଗୀତ ।


ଚାଲୁଅଛି ବାଟ ଏଇ ଦୁନିଆରେ

     ତୁମକୁ ଭରସା କରି

ଜୀବନର ଏଇ ଚଲା ପଥ ମୋର

    କଣ୍ଟାରେ ଯାଇଛି ଭରି ।


ନିରାଶା ଜୀବନେ ଆଶାର ଝଲକ

ଅମା ଅନ୍ଧକାରେ ଦେଇଛ ଆଲୋକ

    ଧରି ଅଛ ମୋର ହାତ ।

ତୁମେ ମୋ ଜୀବନ ତୁମେ ମୋ ସପନ

     ତୁମେ ମୋ ପରାଣ ମିତ ।


ଏତେ ବଡ ଏଇ ଦୁନିଆରେ ମୋର

      ସାହା ତ ନ ଥିଲେ କେହି

ପଡିବା ଆଗରୁ ହାତକୁ ବଢେଇ

     ନେଇଛ ମୋତେ କୋଳେଇ ।


ଭୁଲେଇ ଦେଇଛ ସକଳ ଯାତନା 

     ଆଖି ଲୁହ ଅଛ ପୋଛି

ତୁମ ପରି ଆଉ ଏଇ ଦୁନିଆରେ

    କୁହ ବା କିଏ ମୋ ଅଛି ?


ତୁମେ ମୋର ଆଶା ତୁମେ ମୋ ଭରସା

ତୁମେ ମୋ ହୃଦୟ ମୋ ଓଠର ଭାଷା

      ତୁମେ ମୋ ଅଭୁଲା ଗୀତ ।

ତୁମେ ମୋ ଜୀବନ ତୁମେ ମେ ସପନ

    ତୁମେ ମୋ ପରାଣ ମିତ ।


ଦିଗ ହଜା ହେଇ ଘୂରି ବୁଲୁ ଥିଲି

     ନ ଥିଲା ମୋର ଠିକଣା

ଧରି ନେଲ ହାତ ଦେଖାଇଲ ପଥ

     ହେବା ଆଗୁ ବାଟ ବଣା ।


ମରୁ ହୃଦୟର ଇଲାକାରେ ମୋର

     ତୁମେ ତ ଶୀତଳ ଝର

ବାଟ ଭାଙ୍ଗି କେବେ ଆଡେଇ ଯିବନି

    କରିବନି ମୋତେ ଦୂର ।


ତୁମେ ମୋ ନିଃଶ୍ବାସ ତୁମେ ମୋ ପ୍ରଶ୍ୱାସ

ତୁମେ ମୋ ଆରମ୍ଭ ତୁମେ ମୋର ଶେଷ

    ତୁମେ ଭାଗ୍ୟ ଭବିଷ୍ୟତ ।

ତୁମେ ମୋ ଜୀବନ ତୁମେ ମୋ ସପନ 

    ତୁମେ ମୋ ପରାଣ ମିତ ।


ହେଲ ଯଦି ସାଥି ଆହେ ଚକା ଆଖି

     ଲୋକ ହସା କରିବନି

ମଶାଣୀ ଭୂଇଁରେ ଜଳିବା ପର୍ଯ୍ୟନ୍ତ 

     ହାତ ମୋର ଛାଡିବନି ।


କାଳ ବୈଶାଖୀ ଜୀବନରେ ମୋର

    ଝଡ ତୋଫାନର ରାତି

ଦଦରା ନାଆର ନାଉରୀ ତୁମେ ମୋ 

    ରଖ ଅବା କର ଇତି ।


ତୁମେ ମୋର ଗତି ତୁମେ ମୋର ମୁକ୍ତି 

ତୁମେ ମୋର ଆଖି ମୋ ଆଖିର ଜ୍ୟୋତି

     ହେଲି ମୁଁ ଶରଣାଗତ ।

ତୁମେ ମୋ ଜୀବନ ତୁମେ ମୋ ସପନ 

    ତୁମେ ମୋ ପରାଣ ମିତ ।    


Rate this content
Log in

Similar oriya poem from Abstract