Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kusum Panda

Abstract

3  

Kusum Panda

Abstract

ତୁମେ ଥିଲ ମୋର

ତୁମେ ଥିଲ ମୋର

1 min
226



ତୁମେ ଥିଲ ମୋର ଆଗାମୀ ଭବିଷ୍ୟ କାହିଁଗଲ ତୁମେ ଚାଲି

ବହୁ ପରକାରେ ଚିନ୍ତାରେ ବୁଡିଲି କହି ନ ପାରିଲି ଖାଲି ।


ତୁମେ ମୋର ଥିଲ ଶତ ସାହସିକ ପ୍ରାଣ ଉତ୍ସବୀର ହୋଇ 

ଯିଏ ଯେତେ କିଛି କହିଲେ କହିଲ ନୀରବ ରୁହତ ଯାଇ ।


ନିଜ ଉଦ୍ୟମରେ କର୍ମକ୍ଷେତ୍ରେ ନିଜ ଦକ୍ଷତା ପାରିଲ ସାରି

ତୁମେ ଥିଲ ମୋର ଆଗାମୀ ଭବିଷ୍ୟ କାହିଁଗଲ ତୁମେ ଚାଲି ।


ଦୁଃଖ ବୋଲି କେବେ ଜାଣି ନଥିଲି ମୁଁ ଏବେ ହେଲି ବେଶୀ ଘାରି

କହୁଥିଲ ଖାଲି କିପରି କାହିଁକି ମନକୁ ଆସୁଛି ଫେରି ।


ସବୁବେଳେ ଖାଲି ଭଲ ଭଲ କଥା ବାଢୁଥିଲ କିମ୍ପା କହି

ଆଗରୁ ସତେକି ସବୁ କଥା ଜାଣି ରହିଥିଲ ବାଟ ଚାହିଁ ।


କିପରି କହିବି କାହାକୁ ଡାକିବି ବାତୁଳ ପରାୟେ ହେଲି 

ବହୁ ପରକାରେ ଚିନ୍ତାରେ ରହିଲି କହି ନ ପାରିଲି ଖାଲି ।


ଯାହା ଯାହା ସବୁ କ୍ଷଣେ ଘଟିଗଲା ଭାଗ୍ୟରେ ନ ଥିଲା ଡୋର

ଗଲାବେଳେ କେତେ ସୁନ୍ଦର ଦିଶିଲ ଯିବା ପାଇଁ ସ୍ଵର୍ଗପୁର ।

     




Rate this content
Log in

Similar oriya poem from Abstract