STORYMIRROR

Tapan Dixit

Tragedy

1  

Tapan Dixit

Tragedy

ତୁମେ ସତ ଏକା ପ୍ରେମଗ୍ରନ୍ଥେ ମୋର

ତୁମେ ସତ ଏକା ପ୍ରେମଗ୍ରନ୍ଥେ ମୋର

1 min
2.6K


ଆଜିବି ମୁଁ ସେଇ 

ତୋରଣର ଦ୍ୱାରେ

ତୁମପାଇଁ ନେଇ 

ପୁଷ୍ପ ଗୁଚ୍ଛ,

ରାଣ-କରିବନି 

ମନା-ସୁନୟନା.....

ଭାବିବନି ମୋର

ପ୍ରେମ ତୁଚ୍ଛ,

ସରି ସରି ଆସେ

ଦେହ ପ୍ରଦୀପରୁ

ଆୟୁଷ ସଳିତା ଜଳି ଜଳି,

ଯୌବନ ତଇଳ

ସରି ସରି ଆସେ

ତୁମ ପାଇଁ ନିତି ଭାଳି ଭାଳି,

କାଳ ଶକୁନିଟା 

ଲୋଲୁପ ଦୃଷ୍ଟିରେ

ଡେଣା ମେଲି ବୟସର ବଟେ 

ନିତିଭାବେ ବସି 

ଉଠାଇ ନେବାକୁ 

ପଞ୍ଝା ମାରି ତାର ନଖ ଥଣ୍ଟେ,

କିଏ ଜାଣେ କାଲି

ରହିଥିବି ବୋଲି?

ନେବାପାଇଁ ତୁମ

ପୁଷ୍ପ ଗୁଚ୍ଛ,

ତୁମେ ସତ ଏକା....

ପ୍ରେମଗ୍ରନ୍ଥେ ମୋର

ଆଉ ସବୁ ଖାଲି ଡାହା ମିଛ ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy