Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Tragedy

4  

Gunanidhi Samal

Tragedy

ତୁମେ ନାହଁ ବୋଲି

ତୁମେ ନାହଁ ବୋଲି

1 min
316


ତୁମେ ନାହଁ ବୋଲି ଅଗଣାରେ ମୋର

ଆଉ ତ' ଉଇଁନି ଜହ୍ନ

ତୁମେ ନାହଁ ବୋଲି ଆଉ କା'ପାଖରେ

ବନ୍ଧା ପଡିନି ମୋ ମନ ।


ତୁମେ ନାହଁ ବୋଲି ସିନ୍ଥିରେ ମୋହର

ଦିଶୁନି ସିନ୍ଦୂର ଗାର

ତୁମେ ନାହଁ ବୋଲି ମୋ ଦୁଇ ଆଖିରୁ

ଶୁଖୁନି ଲୁହର ଧାର ।


ତୁମେ ନାହଁ ବୋଲି ଫୁଟେ ନାହିଁ ଫୁଲ

ଉଡୁ ନାହିଁ ପ୍ରଜାପତି

ତୁମେ ନାହଁ ବୋଲି ଚଉରା ମୂଳରେ

ଜାଳୁ ନାହିଁ ସଞ୍ଜବତୀ ।


ତୁମେ ନାହଁ ବୋଲି ଦିନ ସରିଯାଏ

ପାଏ ନାହିଁ କିନ୍ତୁ ରାତି

ତୁମେ ନାହଁ ବୋଲି ଚିଠିରେ ଆଉ ମୁଁ

ଲେଖି ପାରୁନାହିଁ ଇତି ।



Rate this content
Log in