STORYMIRROR

Usharani Sahoo

Tragedy

4  

Usharani Sahoo

Tragedy

ତୁମେ ନ ଥିଲେ ପାଖରେ

ତୁମେ ନ ଥିଲେ ପାଖରେ

1 min
512

ତୁମେ ନ ରହିଲେ ମୋର ପାଖରେ

ଜୀବନ ନ ଥାଏ ପ୍ରାଣରେ

ଅନ୍ତରଟା ମୋ ଲାଗେ ଖାଲି ଖାଲି

ହୃଦୟଟା ହୁଏ ଶୂନ୍ୟରେ।


ତୁମ ସ୍ନେହ ପ୍ରେମ ମଧୁ ଆଳାପ

ସ୍ମୃତି ମୋ ଉଙ୍କି ମାରେରେ

ବାହୁ ବନ୍ଧନର ଶୀତଳ ସ୍ପର୍ଶ

ଆନ୍ଦୋଳିତ ମନ ହୁଏରେ।


ହୃଦୟ ମୋର ଲାଗେ ଫିକା ଫିକା

ତୁମ ସେ ଅନୁପସ୍ଥିତିରେ

କଇଁ କଇଁ ହୋଇ ଅନ୍ତର କାନ୍ଦେ

ଦିନ ସରେ ନୀରବତାରେ।


ଉଜାଗରରେ ରାତି ମୋର ସରେ

ଆଶା ରହିଯାଏ ସ୍ୱପ୍ନରେ

କାନି ପଣତ ଓଦା ହୋଇଯାଏ

ଆଖି ଭିଜା ଅଶ୍ରୁ ଧାରରେ।


ନାଉରୀ ବିନା ପାଏ ନାହିଁ କୂଳ

ଅକାତ ଅକାତ ପାଣିରେ

ଭଅଁର ବିନା ଫୁଲ କି ବାସିବ

ମାଳି ବନ ଉପବନରେ।


ବିନା ଫଗୁଣରେ ମଳୟ ବହିବ

ତୁମେ ଥିଲେ ମୋର ପାଖରେ

ଆଲୋକ ମୋତେ ଅନ୍ଧାର ଦିଶିବ

ତୁମେ ନ ଥିଲେ ମୋ ପାଖରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy