ତୁମେ , ମୁଁ ଓ ବର୍ଷା
ତୁମେ , ମୁଁ ଓ ବର୍ଷା


ତୁମେ , ମୁଁ ଆଉ କିଛି ବର୍ଷା
ନିର୍ଜନ ବେଳା
ମନଲୋଭା ଢେଉ
ପ୍ରକୃତିର ରୂପ ଛିଟା
ଭିଜା ଭିଜା ଦେହ
ଭିଜା ଭିଜା ମନ
ଆଉ ମିଳନର ଇଚ୍ଛା ...
ତୁମେ , ମୁଁ ଆଉ କିଛି ବର୍ଷା
ଅଧୀର ସାଗର
ଆନମନା ମନ
ଓଦା ବାଲିର ବାସ୍ନା
କଥାକୁହା ଆଖି
ଚୁପ୍ ଚାପ୍ ଓଠ
ନୀରବ ଏକ ଅଭିପ୍ସା ...
ତୁମେ , ମୁଁ ଆଉ କିଛି ବର୍ଷା
ସାଗର ତୀରେ
ବାଲୁକା ଶେଯେ
ପ୍ରେମ ପ୍ରଣୟର ବାର୍ତ୍ତା
ମଧୁର ଚୁମ୍ବନ
ମଧୁ ଆଲିଙ୍ଗନ
ହୃଦୟେ ପ୍ରେମ ପିପାସା
ତୁମେ , ମୁଁ ଆଉ କିଛି ବର୍ଷା ... ।