ତୁମେ ମୋର
ତୁମେ ମୋର
ତୁମେ ମୋର ଜହ୍ନ ରାତି
ଶିତଳ ଜୋଛନା
ତୁମ ବିନା ଜୀବନଟା
ହୁଏ ଚୁନା ଚୁନା ।
ତୁମେ ମୋର ଭକ୍ତିଶିଳା
ଭାବନା ସିଲଟ
ଏକ ଦିନ ନଲେଖିଲେ
ମନ ଛଟ ପଟ ।
ହୃଦୟର ଯେତେ ଛବି
ଆଙ୍କୁଥାଏ ବସି
ନଦିଶିଲେ ତୁମ ମୁଖ
ସବୁ ଦିଏ ଘଷି ।
ତୁମେ ମୋର ପାଳଭୂତ
ହସର ମୂର୍ଚ୍ଛନା
ସେ ସୁଖରୁ ଝରି ଆସେ
ଅମୃତ ଝରଣା ।
ଶୀତ ସକାଳରେ ତୁମେ
କଅଁଳିଆ ଖରା
ତୁମ ସୁଖ ଅନୁଭବେ
ମନ ପ୍ରାଣ ତୋରା ।
ହୃଦୟ କନ୍ଦରେ ତୁମେ
ଜୀବନ୍ତ ଠାକୁର
ତୁମ ସ୍ନେହ ମୋ ହାତକୁ
ସୁଧା ଉପହାର ।
ମୋ ଜୀବନେ ଯେତେ ରାତି
ସୁନେଲି ସପନ
ସବୁ ତ ତୁମରି ପାଇଁ
ଏତେ ଅରଜନ ।

